ରକ୍ଷା ବନ୍ଧନ ଉତ୍ସବ ଅବସରରେ ନିବନ୍ଧ ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କୁ ନେଇ ଏକ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଅଂଶ କରିବା ସହ ବିଜୟୀ ଗୁରୁଜୀ, ଗୁରୁମାଙ୍କୁ ପରିଚାଳନା ସମିତିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟା ଭାରତୀ ତଥା ଶିକ୍ଷା ବିକାଶ ସମିତି, ଓଡିଶା ଅନ୍ତର୍ଗତ ଦକ୍ଷିଣ – ପୂର୍ବ ସମ୍ଭାଗ ର ସହ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଜଳନ କରି ଶିଶୁଙ୍କୁ ଆଜାଦୀର ଅମୃତ ମହୋତ୍ସବ ବିଷୟରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ଶିଶୁଙ୍କୁ ରାକ୍ଷୀ ପୂର୍ଣ୍ଣିମାର ପୈାରାଣିକ ତତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଇତ୍ୟବସରରେ ବିଦ୍ୟାଳୟର ଶିଶୁ ଭାଇ, ଭଉଣୀ ମାନେ ପରସ୍ପର କୁ ସ୍ନେହର ରକ୍ଷୀ ବାନ୍ଧିବା ସହ , ଗୋ ପୂଜନ, ବୃକ୍ଷ ପୂଜନ, ନଗରୀୟ ଅତିଥି, ଅଧିକାରୀ ମାନଙ୍କୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆଦି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ତଥା ହାଇକୋର୍ଟ ଆଡଭୋକଟ ପଦ୍ମଚରଣ ସାହୁ, ଯୁଗ୍ନ ସମ୍ପାଦକ ଦିଲ୍ଲିପ ବେହେରା, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଏବଂ ମାତୃ ଭାରତୀର ସଦସ୍ୟା ବିଜୟଲକ୍ଷ୍ମୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା , ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ । ପରିଶେଷରେ ଶିଶୁ ଭାଇ, ଭଉଣୀ ମାନଙ୍କୁ ମିଷ୍ଠାନ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ