ରଗୁଡିରେ ପାଲାକାରଙ୍କ ସ୍ମୃତିସଭା 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ବିଶିଷ୍ଟ ପାଲାକାର କମ୍ବୁଧର ପାଢ଼ୀ ଓ ସତ୍ୟଭାମା ପାଢ଼ୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ତରତରା ପଞ୍ଚାୟତ ର ରଗୁଡି ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଂସ୍କୃତିକ ପ୍ରଗତୀ ଟ୍ରଷ୍ଟର ସଭାପତି ନିରଞ୍ଜନ ମହାନ୍ତ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପାଲା ଗାୟକ ପରିଷଦର ସଭାପତି ମଦନ ମୋହନ ଜେନା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ପାଲାକାର ପରିଷଦର କାର୍ଯ୍ୟକାରୀ ସଭାପତି ଡ.ଧିରେନ ମହାନ୍ତି, ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ପାଲା ଗାୟକ ଟ୍ରଷ୍ଟ ବୋର୍ଡର ସଦସ୍ୟଯୁଦ୍ଧିଷ୍ଠିର ପରିଜା ପ୍ରମୁଖ ଯୋଗଦେଇ ଏହି ସାରସ୍ୱତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଥିଲେ । ସମ୍ମାନୀତ ଅତିଥି ଭାବେ ଗାୟକ ଅଧିକାରୀ ନାୟକ, ଉପେନ୍ଦ୍ରନାଥ ମିଶ୍ର, ଦିବାକର ବାରିକ, ବାବାଜି ଜେନା, ସନାରତନ ମହାରଣା, କିଶୋର ମହାନ୍ତି, ସମାଜସେବୀ ସନ୍ତୋଷ କୁମାର ସାମଲ, ଲେଖିକା ବିଦୁ୍ୟତପ୍ରଭା ଦେଓ, ଗାୟିକା ରେବତୀ ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କମ୍ବୁଧର ପାଢ଼ୀଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଜୀବନୀରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଗାୟୀକା ଉମାମଣୀ ପାଢ଼ୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ସ୍ୱର୍ଗତ କମ୍ବୁଧର ପାଢ଼ୀ ଓ ସତ୍ୟଭାମା ପାଢ଼ୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୋମନାଥ ଦେବତା, ରୁଦ୍ରନାରାୟଣ ଦେବତା, ସତ୍ୟ ନାରାୟଣ ଦେବତା, କାହ୍ନୁ ଚରଣ ପାଢ଼ୀ, ତପନ ପାଢ଼ୀ, ବିଷ୍ଣୁ ନାରାୟଣ ପାଢ଼ୀ, ଛାୟା ରାଣୀ ପାଢ଼ୀ, ଅନାଥିନୀ ପାଢ଼ୀ, ତପସ୍ୱିନୀ ଦେବୀ, ବିନତୀ ଦାଶ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ