ରଘୁନାଥପୁର ପ୍ରେସ କ୍ଲବ ପରିସରରେ ବରିଷ୍ଠ ସାମ୍ବାଦିକ ଅଜୟ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର (ଅଭିଷେକ ତ୍ରିପାଠୀ) :- ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ରଘୁନାଥପୁର ପ୍ରେସ କ୍ଲବ ପରିସରରେ ରଘୁନାଥପୁର ସାମ୍ବାଦିକମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ବର୍ଗତ ଅଜୟ କୁମାର ଜେନାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜଳଣ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୃତି ସଭାରେ ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ଶୁଭଙ୍କର ଜେନା , ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା , ଆର୍ତ୍ତତ୍ରାଣ ପତି ,ପ୍ରଭାତ କୁମାର ମହାନ୍ତି , ପ୍ରତାପ କୁମାର ସିଂହ ରଘୁନାଥପୁର ସାମ୍ବାଦିକ ୟୁନିଅନ ତରଫରୁ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ରଞ୍ଜନ କୁମାର ଲେଙ୍କା , ଧନଞ୍ଜୟ ମଲ୍ଲିକ ,ମନୋଜ ଦାସ ,ସୁଶାନ୍ତ କୁମାର ରାଉତ,ଉମାକାନ୍ତ ଦାସ,ତପନ ସ୍ବାଇଁ,ଜିତେନ୍ଦ୍ର ବେହେରା,ଦୀପ୍ତିରଞ୍ଜନ କାନୁନଗୋ ,ସମାଜସେବୀ ସରିତ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ