ରଘୁନାଥ ହାଇସ୍କୁଲ, ରାମଚନ୍ଦ୍ରପୁର ପରିସର ରେ ବନ ମହୋତ୍ସବ ପାଳନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ରଘୁନାଥ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଘୁନାଥ ମହାରଣାଙ୍କ ତତ୍ତ୍ଵାବଧାନରେ ରେ 75ତମ ବନ ମହୋତ୍ସବ ପାଳନ କରାଯାଇଥିଲା| ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଡି ଆଇ ଈ ଟି ର ଶିକ୍ଷକ ପ୍ରଶିକ୍ଷିତା ଶ୍ରୀମତୀ ଜୟନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଆର୍ ସି ସିଶ୍ରୀ ରାମଚନ୍ଦ୍ର ପଣ୍ଡା, ଗଂଜାମ ଜିଲ୍ଲା ଜେ. ଆର. ସି ମୁଖ୍ୟ ତଥା ପୂର୍ବତନ ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାରଣା, ସିଆର୍ ସି ସି ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନ, ବନ ବିଭାଗ ପାଟପୁର ବନପାଳ ଶ୍ରୀ ପ୍ରମୋଦ କୁମାର ନାୟକ, ଫୋରେଷ୍ଟ ଗାର୍ଡ ଶ୍ରୀ ମନୋଜ ସେଠୀ, ମନରଞ୍ଜନ ଗୌଡ଼, ଶ୍ରୀମତୀ ସସ୍ମିତା ଦଳ ବେହେରା, ସ୍ଥାନୀୟ ସରପଞ୍ଚ ଶ୍ରୀ ଅଳୟ କୁମାର ଦାସ, ଆଲୁମିନି ସଭାପତି ଶ୍ରୀ ବୈଦ୍ୟନାଥ ସିଂ, ଏସ .ଏମ .ଡି .ସି ସଭ୍ୟ ଶ୍ରୀନିକୁଞ୍ଜ ବିଷୋୟୀ, ଶ୍ରୀ ମିହିର କୁମାର ତ୍ରିପାଠୀ ଯୋଗ ଦେଇଥିଲେ | ଏହି ପରିପ୍ରେକ୍ଷୀ ରେ ବୃକ୍ଷ ପୂଜନ ହୋଇ ଛାତ୍ର ଛାତ୍ରୀ ତଥା ଅତିଥି ମାନଙ୍କ ଦ୍ୱାରା ପ୍ରାୟ ପଚାଶ ଗୋଟି ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା | ଉପସ୍ଥିତ ଅତିଥି ମାନେ ବୃକ୍ଷ ର ଉପକାରିତା, ଆବଶ୍ୟକତା ତଥା ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସଂକଳ୍ପ କରିଥିଲେ | ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ପତ୍ର, ଅରୁଣ କୁମାର ତ୍ରିପାଠୀ, କାମଦେବ ଡାକୁଆ, ନୀଳାଞ୍ଚଳ ପ୍ରଧାନ ତଥା ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ | ଶେଷର ନବେ ଜଣ ଛାତ୍ର ଛାତ୍ରୀ ଙ୍କୁ ନିଜେ ଗୋଟାଏ ଲେଖାଏଁ ବୃକ୍ଷ ଲଗାଇ ଯତ୍ନ ନେବାକୁ ପ୍ରଧାନ ଶିକ୍ଷକ ଶ୍ରୀ ରଘୁନାଥ ମହାରଣା ଚାରା ପ୍ରଦାନ କରିଥିଲେ |