ରଘୁ ଙ୍କ ଉପରେ ଭରସା କଲେ ନବୀନ

ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ନବୀନ । ଆଉ କିଛି ନୂଆ ପୁରୁଣା ବିଧାୟକ ଙ୍କୁ ନେଇଛନ୍ତି ନିଜ ଟିମ କୁ । ଏବେ ଚର୍ଚ୍ଚା ରେ ଅଛନ୍ତି ନୂତନ ପରି ନିର୍ବାଚିତ ହୋଇ ଆସିଥିବା ବିଧାୟକ ମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଛାଡି କିଛି ଦିନ ତଳେ ବିଜେଡି ରେ ମିଶିଥିବା ଝାରସୁଗୁଡା ର ବିଧାୟକ ନବକିଶୋର ଦାସ , ବିଜେପି ଛାଡି ବିଜେଡି ରେ ମିଶିଥିବା ଏରସମା ବାଲିକୁଦା ର ବିଧାୟକ ରଘୁନନ୍ଦନ ଦାସ ସେହି ପରି କାକଟପୁର ବିଧାୟକ ତୁଷାର କାନ୍ତି ବେହେରା , କୋଟପାଡ ର ବିଧାୟିକା ପଦ୍ମିନୀ ଦିଆର , ବିଷମ କଟକ ର ବିଧାୟକ ଜଗନ୍ନାଥ ସାରକା ,କିନ୍ତୁ ଏମାନଙ୍କୁ ମଧ୍ୟ ରେ ଅଧିକ ଚର୍ଚ୍ଚାରେ ଅଛନ୍ତି ରଘୁନନ୍ଦନ ଦାସ । ଯିଏ ବିଜେପି ର ବରିଷ୍ଠ ନେତା ଡଃଦାମଦୋର ରାଉତ ଙ୍କୁ ହରାଇଥିବାରୁ ଦଳ ର ସୁପ୍ରିମୋ ତାଙ୍କୁ ପୁରସ୍କୃତ କରାଇଛନ୍ତି । ଏବଂ ଓଜନିଆ ବିଭାଗ ଜଳ ସମ୍ପଦ ଓ ସୂଚନା ଲୋକ ସର୍ମ୍ପକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କୁ ମିଳିଛି । ଦୀର୍ଘ ବର୍ଷ ଧରି ନବୀନ ତାଙ୍କ ପାଖରେ ରଖୁଥିବା ଜଳ ସମ୍ପଦ ବିଭାଗ ରଘୁଙ୍କୁ ମିଳିଛି । ଏହି ବିଭାଗ ଉପରେ ରାଜ୍ୟବାସୀ ଙ୍କ ନଜର ରହିଛି , କାରଣ ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦକୁ ନେଇ ଏହାର ସମାଧନ ଦିଗରେ କି ପଦକ୍ଷପ ନେଉଛନ୍ତି ରଘୁନନ୍ଦନ ଦାସ ତାକୁ ଏବେ ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ