ରଙ୍ଗବୋଳା

ଏତେ ରଙ୍ଗ ତୁମେ
ମୋ ଦେହେ ଭରିଛ
କହିବିକି କିଛି ଆଉ,
କେଉଁ ରଙ୍ଗ ତୁମେ
କେତେ ଭଲପାଅ
କହିବ କି ମହାବାହୁ ।

ଏତେ ରଙ୍ଗ ଦେଇ
ଆଉ କେଉଁ ରଙ୍ଗ
ତୁମ ପାଖେ ଅଛି କୁହ,
ତୁମ ପ୍ରିୟ ରଙ୍ଗ
କା ଦେହେ ବୋଳିବ
କିଏ ତୁମ ଏତେ ପ୍ରିୟ ।

ଯେତେ ରଙ୍ଗ ଅଛ
ମୋ ଦେହରେ ବୋଳି
ଯେଉଁ ରଙ୍ଗ ତୁମ ପ୍ରିୟ,
ସେହି ରଙ୍ଗ ଯଦି
ଏତେ ରଙ୍ଗେ ନାହିଁ
କୋଉ ଲାଭ ଭଲା କୁହ ।

ତୁମ ରଙ୍ଗ ତୁମେ
ସବୁ ଏବେ ନିଅ
ଏତେ ମୋର ଲୋଡା ନାହିଁ,
ତୁମ ପ୍ରିୟ ରଙ୍ଗ
ମୋ ଦେହରେ ଦେଲେ
ମୋ ଖୁସିର ସୀମା ନାହିଁ ।
😌😌😌😌😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ