ରଙ୍ଗମାଟି ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ନିମିନା ଗ୍ରାମର ରଙ୍ଗମାଟି ପଡ଼ିଆରେ ଜାନୁଆରୀ ୩୦ ତାରିଖ ଦିନ ମା’ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ କ୍ରିକେଟ ମ୍ୟାଚର ଶୁଭାରମ୍ଭ ହୋଇଯାଇଛି । ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ସଜିତ ବିଷୋୟୀ, ପ୍ରକାଶ ଚନ୍ଦ୍ର ପ୍ରଧାନ, ରତ୍ନାକର ଦାଶ ପ୍ରମୁଖ ଯୋଗଦେଇଥିଲେ। ନିମିନା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କ୍ରିକେଟ ମ୍ୟାଚ ଦେଖିବା ପାଇଁ ବହୁ ଜନସାଧାରଣ ରୁଣ୍ଡ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ