ରଙ୍ଗୀନ ପଥର ବିକ୍ରି କରୁଛନ୍ତି ବାଳକ
ପାଠ ପଢ଼ିବା ଆରମ୍ଭ କରିବା ପରେ ସବୁ ପିଲାମାନଙ୍କର କିଛି ନା କିଛି ବନିବାର ସ୍ୱପ୍ନ ମନକୁ ଆସିଥାଏ । ଯାହାକୁ ସଫଳ କରିବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପାଠ ପଢ଼ା ସାରି ନିଜ ନିଜର ସ୍ୱପ୍ନର ପଥରେ ଆଗେଇ ·ଲିବା ସହ ସ୍ୱପ୍ନକୁ ସାକାର କରନ୍ତି । କିନ୍ତୁ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଜଣେ ବାଳକ ଯେଉଁ କାମ କରିବା ଆରମ୍ଭ କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ପିଲାମାନେ ·କିରି କରିବା ପର୍ଯ୍ୟନ୍ତ ଘରୁ ଟଙ୍କା ନେଇ ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ ଏହି ବାଳକ ଜଣଙ୍କ ନିଜ ସ୍ୱପ୍ନ ପୂରା କରିବା ପାଇଁ ନିଜେ ସବୁ ଆୟୋଜନ କରିଛି । ବୟସ କମ୍ ହୋଇଥିଲେ ମଧ୍ୟ ସ୍ୱପ୍ନ ବଡ଼ ହୋଇଥିବାରୁ ତା’କୁ ପୂରା କରିବା ପାଇଁ ଏବେଠାରୁ ପାଠପଢ଼ା ସହ ରଙ୍ଗୀନ ପଥର ଓ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ବିକିବା ଆରମ୍ଭ କରିଛି ।
ବାଳକଟିର ପରିଚୟ ମିଳି ପାରି ନଥିଲେ ମଧ୍ୟ ତାଙ୍କ ଭିଡିଓ ଏବେ ଟୁଇଟର୍ରେ ଲୋକପ୍ରିୟ ହେବାରେ ଲାଗିଛି । ଭବିଷ୍ୟତରେ ନିଜ ରେସ୍ତୋରାଁର ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ରଖିଥିବାରୁ ଏବେଠାରୁ ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଛନ୍ତି ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଛି । ଭିଡିଓରେ ସେ କହୁଛି, ମୁଁ ୮ମାସ ହେଲାଣି ଏହି କାମ କରି ଟଙ୍କା ସଞ୍ଚୟ କରି ଆସୁଛି । ୧୮ ବା ୧୯ବର୍ଷ ବୟସରେ ·କିରି କରିବା ପର୍ଯ୍ୟନ୍ତ ମୁଁ ଏହି କାମ କରି ଟଙ୍କା ସଞ୍ଚୟ କରିବି । ପରେ ମୁଁ ସେହି ଟଙ୍କାକୁ ନେଇ ଏକ ଛୋଟ ରେସ୍ତୋରାଁ ଖୋଲିବି । ଯାହାକୁ ମୁଁ ଧୀରେ ଧୀରେ ବିସ୍ତାର କରିବି । ମୋ ବୟସର ପିଲାମାନେ ଭିଡିଓ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କୁ ଲାଗୁଛି ସେହି ଭିଡିଓ ଗେମ୍ ତାଙ୍କୁ ଆଗକୁ ନେବ । କିନ୍ତୁ ସେମାନେ ଜାଣି ନାହାନ୍ତି, ସେହି ଭିଡିଓ ଗେମ୍ ତାଙ୍କୁ ଭବିଷ୍ୟତରେ ଟଙ୍କା ଦେବ ନାହିଁ ବୋଲି ବାଳକ ଜଣଙ୍କ କହୁଥିବା ଦେଖାଯାଇଛି ।