ରଙ୍ଗେଇଲୁଣ୍ଡା ରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ
ବ୍ରହ୍ମପୁର , (ଓ୍ବାଇଏନ୍ଏସ୍) : ୭୪ ତମ ସ୍ୱାଧୀନତା ଦିବସ ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଦେଶ ଭକ୍ତିର ସହ ଏହି ଦିବସକୁ ପାଳନ କରାଯାଇଛି | ଆୟୋଜିତ କାର୍ଯ୍ୟ କ୍ରମରେ ଗୋଷ୍ଟୀ ଉନ୍ନୟନ କାର୍ଯ୍ୟକାରୀ କୁମାର ନାଗଭୁଷଣ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ |ଓ ଏହା ସହ ସଭିଏ ମିଶି ଜାତୀୟ ସଂଗୀତ ଗାନ କରିଥିଲେ | ଏହି ଅବସରରେ ୧୬ ଜଣ କୋରନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ଚଳିତ ବର୍ଷ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଉତ୍ତୀନ୍ନ ହୋଇଥିବା ଦଶମ ଶ୍ରେଣୀର ଟପ ୧୦ ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ ଘୋଷଣା କରାଯାଇଥିଲା | ଏଥିସହ ବ୍ଲକ ର ଅଧକ୍ଷା ସିଏଚ ଉଷାରାଣି ଙ୍କୁ ମଧ୍ୟ ବିଧାୟକ ସମ୍ମାନିତ କରିଥିଲେ | କୋଭିଡ ର ନିୟମ ମାନି ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତ ମହାପାତ୍ର ରଙ୍ଗେଇଲୁଣ୍ଡା ସିଡିପିଓ ଜୋଛନା ପାଢ଼ୀ,ଏବିଡିଓ ତିରୁପତି ବାଲାଜୀ ସାମନ୍ତରାୟ ,କନିଷ୍ଠ ଯନ୍ତ୍ରୀ ସମୀର ପଟନାୟକ ,ପିଏ ମନମୋହନ ପାତ୍ର ,ପ୍ରତାପ ଚନ୍ଦ୍ର ପଟନାୟକ , ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |


