ରଜତ ଜୟନ୍ତୀ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବିକା ମାନଙ୍କ ପ୍ରତି ଯୋଗିତା

ଛତ୍ରପୁର : ଶ୍ରୀରମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ରଜତ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଅଭିଭାବିକା ମାନଙ୍କର ଲକ୍ଷ୍ମୀ ପୂରାଣ ପଠନ, ରଙ୍ଗୀନ ଝୋଟି, ମ୍ୟୁଜିକାଲ ଚ୍ୟାୟର ପ୍ରତିଯୋଗିତା ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଚମାଖଣ୍ଡି ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମନୋରମା ମିଶ୍ର ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସୂବର୍ଣ୍ଣବାଳା ବିଷୋୟୀ, ପ୍ରଶାନ୍ତି ପାଢୀ, କୁସୁମ ପ୍ରଭା ମିଶ୍ର , ଗୀତା ପାଢୀ, ସଂଯୁକ୍ତ ତ୍ରିପାଠୀ ପ୍ରମୁଖ ଅତିଥୀ ଭାବେ ଯୋଗଦେବା ସହ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି ପ୍ରତିଯୋଗିତାରେ ୧୫୦ଜଣ ଅଭିଭାବିକା ଅଂଶ ଗ୍ରହଣ କରିଥିଲେ । ବରିଷ୍ଠା ଆଚାର୍ଯ୍ୟା ସୁସମିତା ଚୈାଧୂରୀ, ବି.ସୁଶୀଳା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟା ଗଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ