ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଶନିବାର ସ୍ଥାନୀୟ ଅନସ୍ଲୋ ହାଇସ୍କୁଲର ମିନିଷ୍ଟାଡିୟମ ପରିସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଏବଂ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ୍ ମୁଖ୍ୟ ଅତିଥୀଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶିକ୍ଷା ସହ ସଂସ୍କାର ଦେଇଥିବା ଯୋଗୁଁ ସେ ବିଦ୍ୟାଳୟ କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟପାଳ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ପ୍ରଶ୍ନ ପଚାରି ତାର ଉତ୍ତର ଦେଲେ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଥିଲେ । ତାଙ୍କର ତିନୋଟି ପ୍ରଶ୍ନ ଥିଲା ଓମ୍ ର ଅର୍ଥ କଣ,ଭାରତମାତା କହିଲେ କଣ ବୁଝ, ଝଲସି ଉଠୁଥିବା ଫୁଲକୁ ଦେଖି କଣ ବୁଝ । ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ପରେ ରାଜ୍ୟପାଳ କହିଥିଲେ ଯେ ଜାତି-ଧମ ର୍ ବର୍ଣ୍ଣ ହିସାବ ନରଖି ଫୁଲ ସବୁ ପ୍ରକାର ବାଛ ବିଚାର ଛାଡି ଯେପରି ସୁଗନ୍ଧ ଦେଇଥାଏ । ସେହିପରି ଶିକ୍ଷା ମଣିଷକୁ ଏକ ସ୍ୱତନ୍ତ୍ର ଭାବରେ ଗଢିଥାଏ । ବିଶ୍ୱ କୁ ଏକ କରିବା ହେଉଛି ପୁଷ୍ପର ଏକ ଉଦାହରଣ । ଫୁଲ ଯେପରି ନିଜର ସୁଗନ୍ଧକୁ ପ୍ରକାଶ କରିଥାଏ ସେହିପରି ଆମ ଭିତରେ ମଧ୍ୟ ପ୍ରକାଶ ରହିବା ଦରକାର । ଏହି ପରିପ୍ରେକ୍ଷୀରେ ଶିଶୁ ମନ୍ଦିର ହେଉଛି ଏହି ପ୍ରକାଶକୁ ବିକାଶ କରୁଥିବା ଏକ ସ୍ୱତନ୍ତ୍ର ଅନୁଷ୍ଠାନ । ଭାରତ ମାତା ଏକ ଦେଶକୁ ନବୁଝାଇ ଏକ ଦେବୀକୁ ବୁଝାଇଥାଏ । ଧରିତ୍ରୀ ଆମର ମାଆ ସେ ମଣିଷ ଭିତରେ ବସୁନ୍ଧୈବ କୁଟୁମ୍ବକମ ର ଭାବ ମାଆ ଆମ ଭିତରେ ସୃଷ୍ଟି କରିଥାଏ । ସେହିପରି ଏହି ଶିଶୁ ମନ୍ଦିର ସମସ୍ତ ମନରୁ ରାଜସିକ ଓ ମାନସିକ ଗୁଣକୁ ନିୟନ୍ତ୍ରଣ କରି ସମସ୍ତଙ୍କୁ ଆଗକୁ ନେଇଥାଏ । ଓଁ ହେଉଛି ପ୍ରଭୂ ଜଗନ୍ନାଥଙ୍କର ଦସ୍ତଖତ ଏହା ମନରେ ସ୍ୱତନ୍ତ୍ର ମାନବିକ ଗୁଣ ସୃଷ୍ଟି କରିଥାଏ । ତାସହିତ ରାଜ୍ୟପାଳ ଶିକ୍ଷାର ଅର୍ଥ କହିବାକୁ ଯାଇ କହିଥିଲେ ଯେ ମୁଝେ ମୁଝକୋ ବନାଦେ ଅର୍ଥାତ ମଣିଷ ଶିକ୍ଷା ଦ୍ୱାରା ସର୍ବଗୁଣ ସମ୍ପନ୍ନ ହୋଇ ସଂସାରର ହିତକରିଥାଏ । ଏହି ଅବସରରେ ରାଜ୍ୟପାଳ ଶିଶୁ ମନ୍ଦିରକୁ ୨ଲକ୍ଷ ଟଙ୍କା ବିଦ୍ୟାଳୟ ପାଣ୍ଠିକୁ ଦେବାସହ ତାଙ୍କର ତିନୋଟି ପ୍ରଶ୍ନ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଏବଂ ପ୍ରାରମ୍ଭିତ ସଂଗୀତ ଗାନ କରିଥିବା ଦଳ କୁ ମୋଟ ୫୦ହଜାର ଟଙ୍କାଦେବା ନିମନ୍ତେ ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ଶିକ୍ଷାବିକାଶ ସମିତ ର ସଂପାଦକ ଡା.ଲକ୍ଷ୍ମୀକାନ୍ତ ମହାରଣା ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଶିଶୁ କୁ ଭଲ ନାଗରୀକ ଭାବେ ଗଢି ତୋଳିଥିବା ଉଦାହରଣ ଦେଇଥିଲେ । ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଉଛି ଶିଶୁକୁ ଭଲ ମଣିଷ ଟିଏ କରି ଗଢି ତୋଳିବ।। ସମ୍ମାନୀୟ ଅତିଥୀଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ୨୫ବର୍ଷ ମଧ୍ୟରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସିଛି । ସମାଜ ଗଠ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି । ସଫଳ ଶିକ୍ଷା ଯୋଗୁଁ ଆମେ ଆଜି ଏହି ସ୍ତରରେ ପହଞ୍ଚିପାରିଛେ । ଅଭିଭାବକ ମାନେ ସମ୍ପ୍ରତ୍ତି ଅପୂର୍ବ ତ୍ୟାଗ କରି ଏହି ଅନୁଷ୍ଠାନର ଉନ୍ନତୀ କରିବାରେ ସାହାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷା ପାଇଁ ସବୁବେଳେ କାର୍ଯ୍ୟକରି ଆସିଛନ୍ତି । ସମସ୍ତଙ୍କ ପାଇଁ ଶିକ୍ଷାକୁ ଆଗକୁ ଆଗକୁ ନେବା ନିମନ୍ତେ ଆହ୍ୱାନ ଦେଇଥିଲେ । ତାସହିତ ଶିଶୁ ମନ୍ଦିର ଗୁଣାତ୍ମକ ଶିକ୍ଷା ଦେଇ ଶିଶୁ ମାନଙ୍କୁ ଭଲ ନାଗରିକ ଟିଏ କରିବା ନିମନ୍ତେ କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥୀ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ବିଦ୍ୟାଳୟ ସଂପାଦକ ଟି.ଭେଙ୍କେଟ କ୍ରିଷ୍ଣେୟା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅତିଥୀମାନଙ୍କୁ ଉପଢୈକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ମୁଖ୍ୟ ଅତିଥୀଙ୍କ ଦ୍ୱାରା ଆନ୍ତର୍ଜାତୀୟ ଦିବ୍ୟାଙ୍କ କ୍ରିଡାବିତ୍ ଭି.ରମେଶ ରାଓ, ସମାଜସେବୀ ନରହରି ସ୍ୱାଇଁ, ଡି.ଏରେମ୍ମା, ଓଡିଶୀ ନୃତ୍ୟ ଗୁରୁ ଅଳକା ସାହୁ ଙ୍କ ସମେତ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭକରିଥିବା କଳାକାର ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ତଥା ଆଇନଜୀବୀ ପଦ୍ମଚରଣ ସାହୁ କୋଷାଧ୍ୟକ୍ଷ ଏ.ରାବଣା ରାଓ, ସଦସ୍ୟା ବିଜୟଲକ୍ଷ୍ମୀ ରଥ ଓ ସଂଯୁକ୍ତା ଦାଶ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସହ ପ୍ରଧାନଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ, ଆଚାର୍ଯ୍ୟ ପ୍ରତିନିଧି ମନୋରଞ୍ଜନ ଦାଶ ପ୍ରମୁଖ ସଂପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା ନିମନ୍ତେ ଗଂଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ ।