ରଜମଉଜ ରେ ସରାବାଡ଼ି ଗ୍ରାମ ସ୍ତବ୍ଧ
ସୋରଡ଼ା/ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ସାରା ରାଜ୍ୟରେ ଲୋକ ମାନେ ଘରେ ରହି ରଜ ପର୍ବ କୁ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ସରାବାଡି ଗ୍ରାମରେ ଦେଖିବାକୁ ମିଳିଥିଲା କିଛି ବ୍ୟତିକ୍ରମ। ସମ୍ପୂର୍ଣ୍ଣ ଗ୍ରାମ ଆଜିର ଦିନରେ ପୁରା ସ୍ତବ୍ଧ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ସେହି ଗ୍ରାମର ଚନ୍ଦ୍ର ଶେଖର ମହାରଣା ଙ୍କ ଏକ ମାତ୍ର ପୁଅ ସନ୍ତୋଷ ମହାରଣା(୨୧) ଗତ ଦୁଇ ସପ୍ତାହ ହେବ ଏହି କୋରନା ମାହାମରୀ ଯୋଗୁଁ ବାହାର ରାଜ୍ୟରୁ ନିଜ ଗାଁ କୁ ଚାଲିଆସି ଥିଲେ। ଗାଁକୁ ଆସିବା ପରେ ସେ ବଡ଼ଗଡ଼ର ଏକ ଷ୍ଟିଲ ୱେଲଡିଙ୍ଗ ଦୋକାନ ରେ କାର୍ଯ୍ୟ କରୁଥିଲେ । ହେଲେ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଷ୍ଟିଲ ୱେଲଡିଙ୍ଗ ଦୋକାନରେ କାମ କରୁଥିବା ବେଳେ ବିଦୂତ ସକ୍ ଲାଗି ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ଓ ଗ୍ରାମଟି ପୁରା ସ୍ତବ୍ଧ ହୋଇଯାଇଛି। ସନ୍ତୋଷ ଚାରି ଭଉଣୀ ରେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଖବର ପାଇ ପିତା ଚନ୍ଦ୍ର ଶେଖର ଆଜି ଟ୍ରେନ ଯୋଗେ ପହଁଚିବା ନେଇ ପରିବାର ଲୋକେ ପ୍ରକାଶ କରିଛନ୍ତି। ଏଣୁ ପରିବାର ଓ ଗ୍ରାମବାସୀ ସନ୍ତୋଷଙ୍କୁ ଝୁରୁ ଥିବା ବେଳେ ପରିବାର ଓ ଚାରି ଭଉଣୀ ମାନଙ୍କ ପାଇଁ ଏହି ରଜ ଅଭିଶାପ ପାଲଟି ଯାଇଛି। ଗ୍ରାମବାସୀ ମାନେ ଉକ୍ତ ପରିବାରକୁ ମାଗିଯାଚି କିଛି ଅର୍ଥ ସାହାଯ୍ୟ କରିଥିବା ବେଳେ ସରକାର ଙ୍କ ପକ୍ଷରୁ ଉକ୍ତ ପରିବାରକୁ କୌଣସି ସହାୟତା ମିଳିନାହିଁ। ବାହାର ରାଜ୍ୟରୁ ଆଜି ଆସୁଥିବା ତାଙ୍କ ପିତାଙ୍କୁ ସଂଘରୋଧ କେନ୍ଦ୍ରରେ ନରଖି ପୁଅର ଶେଷ କାର୍ଯ୍ୟ ରେ ସାମିଲ ହେବାକୁ ଗ୍ରାମବାସୀ ମାନେ ଆମ ଦ୍ୱାରା ଜିଲ୍ଲାପାଳଙ୍କୁ ଅନୁରୋଧ କରିବା ସହ ଉକ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେଲେ ପରିବାର ଟି ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି