ରଜ ପର୍ବ ଓ ଜଗନ୍ନାଥ ସଂସ୍କୃତିରେ ପାନ

ସନ୍ତୋଷ କୁମାର ଦାଶ

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଥାଏ। ତା ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହି ପର୍ବ ସାରା ରାଜ୍ୟ ରେ ୪ ଦିନ ଧରି ପାଳିତ ହୋଇଥାଏ। ରଜ ପୂର୍ବ ଦିନ ସଜବାଜ, ପହିଲି ରଜ,ରଜ ସଂକ୍ରାନ୍ତି ଓ ବସୁମତୀ ସ୍ନାନ ।ଏହିପରି ୪ ଦିନ ଆନନ୍ଦ ଉଲ୍ଲାସ ର ସହ ପାଳନ ହୋଇଥାଏ ରଜ। ଏହି ପର୍ବ ଧରିତ୍ରୀ ମା ଓ ଓଡ଼ିଆ ଘର ର ମାତୃ (ଯୁବତୀ/ କିଶୋରୀ) ଙ୍କ ର ସ୍ଵତନ୍ତ୍ର ପର୍ବ। ଏହି ସମୟ କୁ ଧରିତ୍ରୀ ମା ପହିଲି ବର୍ଷା ର ସ୍ପର୍ଶ ପାଇ ରଜବତୀ ହୋଇଥିବା କୁହାଯାଇଥାଏ। ଏହା ପରେ ଧରଣୀ ମା ର କୋଳ ରେ ସୃଷ୍ଟି ହୋଇଥାଏ ସବୁଜ ବନାନୀ। ଏହି ତତ୍ତ୍ଵ ଓଡ଼ିଆ ଘର ର ଯୁବତୀ/କିଶୋରୀ ମାନଙ୍କୁ ଶିକ୍ଷା ଦେବାକୁ ରଜ ପର୍ବ ପାଳନ କରାଯାଏ ବୋଲି ଗବେଷକ ମାନେ କୁହନ୍ତି। ରାଜବତୀ
ଯୁବତୀ/ କିଶୋରୀ ମାନେ କିପରି କାର୍ଯ୍ୟ କଲେ ଜଣେ ଜଣେ ଭଲ ମା ହୋଇ ନିଜ ବଂଶ ବିସ୍ତାର କରି ପାରିବେ ଏହି ଶିକ୍ଷା ରଜ ପର୍ବ ରୁ ମିଳିଥାଏ। ଯୁବତୀ/କିଶୋରୀ ମାନେ ନବବସ୍ତ୍ର ପରିଧାନ କରି ପରିବାର ଓ ଅଞ୍ଚଳ ର ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ ଜଣାଇ ଘରେ ପିଠା ପଣା ଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ଦୋଳି, ପୁଚି ଖେଳି ରଜ ପର୍ବ ପାଳନ କରିଥାନ୍ତି। ରଜ ପର୍ବ ରେ ପାନ ଖାଇବା ଓ ଖୁଆଇବା ଏକ ପରମ୍ପରା ଭାବେ ରହି ଆସିଛି ଆମ ଓଡ଼ିଆ ସଂସ୍କୃତି ରେ। ପ୍ରୀତି ର ବନ୍ଧନ ହେଉଛି ଏହି ରଜ ପାନ। ରଜ ପାନ ବନ୍ଧୁତା ର ଡୋରି କୁ ଅଧିକ ମଜଭୁତ କରିଥାଏ। ରଜ କୁ ପାନ ଓ ପିଠା ର ପର୍ବ ବୋଲି କୁହାଯାଇଥାଏ। ଏହି ୪ ଦିନ ବଜାର ରେ ବିଭିନ୍ନ ପ୍ରକାର ର ପାନ ମିଳି ଥାଏ। ପାନ ଖାଉ ନ ଥିବା ବ୍ୟକ୍ତି ଟିଏ ମଧ୍ଯ ରଜ ପାନ ଖାଇବା କୁ ଇଚ୍ଛା ପ୍ରକାଶ କରିଥାଏ। ସେହିପରି ଆମ ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ହେଉଛି ବିଡ଼ିଆ ପାନ। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ବିଡ଼ିଆ ପାନ ଜଡ଼ିତ ହୋଇ ରହିଆସିଛି କାହିଁ କେତେ କାଳରୁ। ଶ୍ରୀ ମନ୍ଦିର ରେ ପ୍ରତି ଧୂପ ( ଭୋଗ ଲାଗି) ପରେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ହଡ଼ପ ନାୟକ ସେବକ ଲାଗି କରିଥାନ୍ତି ବିଡ଼ିଆ ପାନ। ଏହି ପାନରେ ଚନ୍ଦନ,କର୍ପୂର,ଜାଇଫଳ, ଗୁଆ, ଅଳେଇଚ ପ୍ରଭୃତି ମସଲା ଦିଆ ଯାଇଥାଏ। ପ୍ରତିଦିନ ବଲ୍ଲଭ ଭୋଗ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଧୂପ, ବଡ଼ସିଂହାର ବେଶ ପରେ ୬ ଟି ବିଡ଼ିଆ ପାନ ମହାପ୍ରଭୂ
ଙ୍କ ନିକଟରେ ଲାଗି କରାଯାଇଥାଏ।
ମହାପ୍ରଭୂ ଙ୍କ ପହୁଡ଼ ନୀତି ପରେ ପଲଙ୍କ ତଳେ ୬ ଟି ବିଡିଆ ପାନ ଶ୍ରୀ ଜିୟୁ ମାନଙ୍କୁ ଲାଗି କରାଯାଇଥାଏ।ଦିନକରେ ସମୁଦାୟ ୩୬ ଟି ପାନ ଶ୍ରୀ ଜିୟୁ ମାନଙ୍କୁ ଲାଗି କରାଯାଇ ଥାଏ ବୋଲି ଶ୍ରୀ ମନ୍ଦିର ପୂଜା ନିତି ପୁସ୍ତକ ରେ ବର୍ଣ୍ଣିତ ହୋଇଛି।ବିଶେଷ ଦିନ ମାନଙ୍କ ରେ ବି ଆଉ ଅଧିକ ବିଡ଼ିଆ ପାନ ଠାକୁର ମାନଙ୍କୁ ଲାଗି କରାଯାଇଥାଏ।ଚନ୍ଦନଯାତ୍ରା ସମୟ ରେ ଚନ୍ଦନ ମଣ୍ଡପ ରେ ୫୦ ରୁ ୬୦ ଖଣ୍ଡ ବିଡ଼ିଆ ପାନ ମଣୋହି ହୋଇ ଥାଏ। ମହାପ୍ରଭୂ ଙ୍କ ନୌକା ବିହାର ସମୟ ରେ ବି ବିଡ଼ିଆ ପାନ ଲାଗି ହୋଇ ଥାଏ। ଦିନ ଚାପ ରେ ୩୦ ଖଣ୍ଡ ଓ ରାତ୍ରୀ ଚାପ ରେ ୫୦ ଟି ବିଡ଼ିଆ ପାନ ମଣୋହି ହୋଇଥାଏ।ଆଡ଼ପ ମଣ୍ଡପରେ ବି ଶ୍ରୀ ଜିୟୁ ମାନଙ୍କୁ ବିଡ଼ିଆ ପାନ ଲାଗି ହୋଇ ଥାଏ। ମହାପ୍ରଭୂ ଙ୍କୁ ଯେତେଥର ବିଡ଼ିଆ ପାନ ମଣୋହି ହୋଇଥାଏ ମା ବିମଳା ଙ୍କୁ ସେତେଥର ବିଡ଼ିଆ ପାନ ସମର୍ପଣ ହୋଇଥାଏ। ଶ୍ରୀ ଜିୟୁମାନଙ୍କୁ ବିଡ଼ିଆ ପାନ ଲାଗି କରିବାକୁ ହଡ଼ପ ନାୟକ ନିଯୋଗ ରହିଛି। ଏହି ନିଯୋଗ ବର୍ଷ ସାରା ଶ୍ରୀ ଜିୟୁ
ମାନଙ୍କୁ ବିଡ଼ିଆ ପାନ ମଣୋହି ଲାଗି
କରି ଆସୁଛନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ପାନ ର ସମ୍ପର୍କ ରହି ଆସିଛି କାହିଁ କେତେ କାଳରୁ। ସେହିପରି ଓଡ଼ିଆ ଙ୍କ ନିଜସ୍ଵ ପର୍ବ ରଜ ରେ ପାନ ଖାଇବା ଓ ଖୁଆଇବା ପରମ୍ପରା ଭାବେ ପାଳିତ ହୋଇ ଆସୁଛି ଯୁଗ ଯୁଗ ଠାରୁ।

ଜୟ ଜଗନ୍ନାଥ ସ୍ଵାମୀ

ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ