ରଜ ପାଇଁ ଗାଁ ଠୁ ସହର ଉତ୍ସବ ମୁଖର ଆଧୁନିକତାର ଛାପରେ ହଜିଯାଉଛି ପରମ୍ପରା

ହିଞ୍ଜିଳିକାଟୁ , (ଶେଷଦେବ ସାହୁ) ଉକ୍ରଳିୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବପର୍ବାଣୀ ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ୱ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ୍ତି । ଚଳିତ ବର୍ଷ ଜୁନ ୧୪ ତାରିଖରେ ପହିଲି ରଜ, ୧୫ ତାରିଖରେ ରଜସଂକ୍ରାନ୍ତି ଓ ୧୬ ତାରିଖରେ ଭୂଇଁଦହଣ ପ୍ରଭୃତି ୩ ଦିନ ବ୍ୟାପି ପାଳନ ହେଉଥିବା ଏହି ପର୍ବରେ ଗାଁ ଠୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଥାଏ । ଅନୁରୂପ ଭାବେ ଆଜି ପହିଲି ରଜରୁ ହିଁ ହିଞ୍ଜିଳିକାଟୁ ସହର ସମେତ ଗାଁ ଗହଳି ଗୁଡ଼ିକ ଉତ୍ସବ ମୁଖର ହୋଇପଡ଼ିଛି । ସ୍ଥାନୀୟ ସହର ସମେତ ନିକଟବର୍ତୀ ଗ୍ରାମାଚଂଳ ଗୁଡିକରେ ଆମ୍ବ, ପଣସ ଆଦି ଫଳମୂଳ ସହିତ ବିଭିନ୍ନ ପିଠାପଣା ପ୍ରଭୃତି ସୁସ୍ୱାଦୁ ଖାଦ୍ୟ ସମ୍ଭାରର ବାସ୍ନାରେ ପୁରି ଉଠୁଛି ସମସ୍ତଙ୍କ ଘର । ବିବାହିତ ଝିଅ ମାନେ ରଜରେ ବାପାଘରୁ ଆସି ରଜ କଟାଇବା ସହ ଶଶୁର ଘରକୁ ଆମ୍ବ, ପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି । ରଜରେ ଚଷାପୁଅ ମାନେ ନିଜର କାମଧନ୍ଦା ବନ୍ଦ କରି ପାନ ଖାଇବା ଓ ତାସ ଖେଳିବାରେ ସମୟ କଟାଇଥାନ୍ତି । ରଜ ଭଳି ପାରମ୍ପରିକ ପର୍ବରେ ସମସ୍ତେ ନୁଆ ପୋଷାକ ପରିଧାନ କରିଥାନ୍ତି । ବଜାରର ଲୁଗା ପୋଷାକ କିଣିବା ନିମନ୍ତେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଛି । ମୋଟ ଉପରେ କହିବାକୁ ଗଲେ ରଜ ପାଇଁ ବଜାର ସରଗରମ ରହିଛି । ତେବେ ପାଶ୍ଚାତ୍ୟ ସଭ୍ୟତାର ପଭାବ ଓ ବସ୍ତୁବାଦୀ ମାନସିକତା ଯୋଗୁଁ ସମ୍ପ୍ରତି ରଜପର୍ବ ପୂର୍ବ ପରି ଆକର୍ଷଣୀୟ ହେଉନଥିଲେ ବି ପରମ୍ପରା ହରାଇନାହିଁ । ଆଗଭଳି ଗାଁ ଦାଣ୍ଡରେ ରଜଦୋଳି ଗୀତ ଆଉ ଶୁଭୁନାହିଁ କିମ୍ବା ଯୁବକ ମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ବିତାଉ ନାହାଁନ୍ତି । ଏ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମହାନ ଉକ୍ରଳିୟ ପରମ୍ପରାକୁ ଉଜ୍ଜୀବିତ ସକାଶେ ଚାଲିଛି ପ୍ରୟାସ । ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଗ୍ରାମାଚଂଳ ଗୁଡ଼ିକରେ ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରଜ ଦୋଳି ଗଛରେ ବାନ୍ଧି ଦୋଳି ଖେଳୁଥିବାର ଦେଖିବାକୁ ମିଳୁଛି । ଏହି ରଜପର୍ବକୁ ପୂର୍ବ ଭଳି ଆର୍କଷଣୀୟ ଓ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ କରିବାକୁ ବୁଦ୍ଧିଜୀବି ମହଲରେ ଆହ୍ୱାନ ଦିଆଯାଉଛି । ଆଧୁନିକତାର ଛାପରେ ହଜିଯାଉଛି ରଜ ମଉଜ । ନା ଅଛି ଝଙ୍କାଳିଆ ବରଗଛ, ଆମ୍ବଗଛ ନା ଅଛି ତୋଟା । ବନ୍ଧା ହେଉନି ରଜ ଦୋଳି । ପୋଡ଼ାପିଠା ତିଆରି ପାଇଁ ଆଉ କାଠ ଚୁଲି ଦେଖିବାକୁ ମିଳୁନାହିଁ । ଆଧୁନିକତାର ଛାପ ପ୍ରାୟତଃ ଅଧିକାଂଶ ପର୍ବପର୍ବାଣୀକୁ ଗ୍ରାସ କରିସାରିଛି । ଋକ୍ସ ପର୍ବ ମଧ୍ୟ ତାହାର ଅସ୍ୱିତ୍ୱ ହରାଇବାକୁ ବସିଛି ବୋଲି ଆଲୋଚିତ ହେଉଛି । ଆଜିର ଆଧୁନିକ ଯୁଗରେ ରଜପର୍ବ କେବଳ ଏକ ପୁରୁଣା ଛାପ ହୋଇ ରହିଯିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ