ରଜ ପାଇଁ ସଜବାଜ ଜମୁଛି ପ୍ଳାଷ୍ଟିକ ଦୋଳି ବେପାର

ହିଞ୍ଜିିଳିକାଟୁ, (ଶେଷଦେବ ସାହୁ): ସମାଜରେ ବଞ୍ଚି ରହିବା ପାଇଁ ସାଧାରଣତଃ କିଛିନା କିଛି କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୈନନ୍ଦିନ ଜୀବନରେ ପେଟ ପାଇଁ ନାଟ ଭଳି ସମସ୍ତ ବୟସ୍କ ମନୁଷ୍ୟ କିଛି ନା କିଛି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ସାଧାରଣ ଜନତାଙ୍କୁ ବିଭିନ୍ନ କାର୍ଯ୍ୟରେ ଉପଯୁକ୍ତ ପାରିଶ୍ରମିକ ମିଳୁନଥିଲେ ମଧ୍ୟ ପୂର୍ବ ପୁରୁଷ ଅମଳରୁ ଚାଲି ଆସୁଥିବା କାର୍ଯ୍ୟକୁ ବହୁ ବ୍ୟକ୍ତି ବଞ୍ଚାଇ ରଖିଛନ୍ତି । ହିଞ୍ଜିିଳିକାଟୁ ଅଞ୍ଚଳକୁ ବର୍ଷ ତମାମ ବିଭିନ୍ନ ସମୟରେ  ରାଜ୍ୟ ବାହାରର ବହୁ ବ୍ୟବସାୟୀ ଆସି ବିଭିନ୍ନ କିସମର ସାମଗଜ୍ରୀ ବିକ୍ରି କରିଥାନ୍ତି । ରାଜ୍ୟ ବାହାରର ବ୍ୟବସାୟୀ ମାନେ ନିଜ ନିଜ ପରିବାର ବର୍ଗଙ୍କ ସହ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସାହି ବସ୍ତି ସମେତ ଖୋଲା ଆକାଶ ତଳେ ରାସ୍ତା ପ୍ୱାର୍ଶ୍ବ ଜମି ଗୁଡ଼ିକରେ ତମ୍ବୁ ଟାଣି ରାତିରେ ନିଜ ନିଜର ପିଲା ଛୁଆଙ୍କୁ ଧରି ଆଶ୍ରୟ ନେଇଥାନ୍ତି । ଦିନରେ ବିଭିନ୍ନ ସାହି ବସ୍ତିରେ ଘୁରି ଘୁରି ବୁଲି ବିକ୍ରି କରିଥାନ୍ତି । କିଛି ଦିନ ବ୍ୟବସାୟ କରିବା ପରେ ପୁଣି ସେହି ସ୍ଥାନ ଛାଡ଼ି ଅନ୍ୟ ଏକ ଗ୍ରାମକୁ ବେପାର କରିବାକୁ ଚାଲି ଯାଇଥାନ୍ତି । ଏଭଳି କେତେକ ପରିବାର ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ସିକାକୁଲମ ଅଞ୍ଚଳରୁ ଆସି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ସମେତ ହଞ୍ଜିିଳିକାଟୁ ପୌରାଞ୍ଚଳ ୫୯ ନଂ ଜାତୀୟ ରାଜପଥ ପ୍ୱାର୍ଶ୍ବ ଘୋଡାହାଡ ସେତୁ ଠାରୁ ସୋମପୁର ଛକର ଉଭୟ ପ୍ୱାଶ୍ୱର୍ରେ ପସରା ମେଲାଇ ପ୍ଳାଷ୍ଟିକ ଦୋଳି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି ।  ଆଉ ମାତ୍ର ୩ ଦିନ ପରେ ରଜପର୍ବ ଆରମ୍ଭ  ହେବାକୁ ଯାଉଛି । ରଜ କୁ ଆଖି ଆଗରେ ରଖି ଏହି ଉଠା ବ୍ୟବସାୟୀ ମାନେ ହିଞ୍ଜିିଳିକାଟୁ ସମେତ ନିକଟବର୍ତ୍ତୀ  ଗ୍ରାମାଞ୍ଚଳ ଗୁଡ଼ିକରେ  ପ୍ଳାଷ୍ଟିକ ବା ନାଇଲନ ଦୋଳି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ରଜ ପାଇଁ ହିଞ୍ଜିଳିକାଟୁ ସହରବାସୀ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରଜ ପର୍ବର ମୁଖ୍ୟ ଆକର୍ଷଣ ହୋଇଛି ଦୋଳି । ଆଧୁନିକତାର ଛାପରେ ଅଧିକାଂଶ ଅଞ୍ଚଳରେ ସେହି ପାରମ୍ପରିକ ଦୋଳି ହଜିଯାଇଛି ।  ତଥାପି ଲେକେ ପରମ୍ପରକା ବଞ୍ଚାଇ ରଖିବା ପାଇଁ ରଜ ପର୍ବରେ ଦୋଳି ଖେଳିଥାନ୍ତି ।  ଏବେ ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ଳାଷ୍ଟିକ ଦୋଳି ବେପାର ଦେଖିବାକୁ ମିଳୁଛି । ସକାଳୁ ସନ୍ଧ୍ୟା ଯାଏଁ ବେପାରୀ ମାନେ ତାଙ୍କ ବେପାର ବଣିଜ କରିବା ପରେ ସନ୍ଧ୍ୟାରେ ଅସ୍ଥାୟୀ ତମ୍ବୁ ଟଣା ଘରକୁ ଫେରିଥାନ୍ତି । ପୁର୍ନବାର ପରଦିନ ସକାଳେ ନିଜର ପସରା ମେଲାଇଥାନ୍ତି । ରଜ ପାଇଁ ଏହି ଉଠାବେପାରୀ ମାନେ ବିଭିନ୍ନ ରଙ୍ଗର ପ୍ଳାଷ୍ଟିକ ବା ନାଇଲନର ଦୋଳି ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ପୁର୍ବରୁ ଏହି ପ୍ଳାଷ୍ଟିକ ଦୋଳି ଗୁଡ଼ିକ ବହୁ ପରିମାଣରେ ବିକ୍ରି ହେୁଥିବା ବେଳେ ଚଳିତ ବର୍ଷ ବେପାର ଜମି ନଥିବା କହିଛନ୍ତି ବ୍ୟବସାୟୀ ଜଣକ । ତେବେ ରଜ ଆହୁରି ୩ ଦିନ ବାକି ଥିବା ବେଳେ ଆଗକୁ ବେପାର ହେବା ନେଇ ଆଶା ରଖିଛନ୍ତି  ସଂପୃକ୍ତ ବ୍ୟବସାୟୀ ମାନେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ