ରଜ ମହୋତ୍ସବ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ଠାରେ ଅନୁଷ୍ଠିତ ଆଞ୍ଚଳିକ ରଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଏହି ଉତ୍ସବ ୩ ଦିନ ଧରି ଚାଲିଥିଲା । ଉତ୍ସବରେ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକଙ୍କ ଭିଡ ଜମିଥିଲା ।