ରଞ୍ଜିତା ଦାସଙ୍କୁ ପରିବେଶ ରତ୍ନ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ଏଥିରେ ସମ୍ମାନିତ କରାଯାଇଥିଲା । ପରିବେଶବିତ୍ ତଥା ‘ପରିଚିତା’ର ସାଧାରଣ ସମ୍ପାଦିକା ସୁଶ୍ରୀ ରଞ୍ଜିତା ଦାସଙ୍କୁ ଉତ୍ସବର ମୁଖ୍ୟ ଅତିଥି ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ‘ପରିବେଶ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ । ଏହି ଅବସରରେ ଜଳ ସଂରକ୍ଷଣ ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଫାଉଣ୍ଡେସନର ସଭାପତି ଡଃ ବିପିନ ବିହାରୀ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ମହାପାତ୍ର, କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପରିବେଶବିତ୍ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା, ଡିଏଫ୍‌ଓ ଅଜିତ କୁମାର ଶତପଥୀ, ଆୟେଜକ ରବୀନ୍ଦ୍ରନାଥ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ । ସୁଶ୍ରୀ ରଞ୍ଜିତା ଦାସ ବ୍ୟାପକ ବୃକ୍ଷରୋପଣ କରିବା ସହିତ ଜଳ ସଂରକ୍ଷଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଜନ ସଚେତନତା ସୃଷ୍ଟି କରୁଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ