ରଣଜିତ୍ ପଞ୍ଚାୟତରେ କରୋନା ନେଇ ବ୍ୟାପକ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି): ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ସରପଞ୍ଚ ମାନଙ୍କ ପକ୍ଷରୁ କରୋନା ସଚେତନତା ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥିମଧ୍ୟରୁ ରଣଜିତ୍ ପଞ୍ଚାୟତରେ ସରପଞ୍ଚ ମନୋଜ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା କରୋନା ସାଂପ୍ରତିକ କାର୍ଯ୍ୟକ୍ରମ ଅନ୍ୟତମ । ପଞ୍ଚାୟତର ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଳଦେବଜୀଉ ବିଦ୍ୟାଳୟ ଠାରେ ସାମୟିକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ସହାୟତା ରାଶି ବଣ୍ଟନ କରାଯାଉଥିବା ବେଳେ ସ୍ୱଚ୍ଛତା ଓ ପରିସ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି । ଲକ୍ଡାଉନ୍ ଭଳି ଏକ କଷ୍ଟସାଧ୍ୟ ସମୟକୁ ସମସ୍ତେ ଚତୁରତାର ସହିତ ପାଳନକରି କରୋନା ଭାଇରସକୁ ପ୍ରତିହତ କରିବାରେ ସାହାଯ୍ୟ ପାଇଁ ସରପଞ୍ଚ ଶ୍ରୀ ନାୟକ ପଞ୍ଚାୟତବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହାଛଡା ଦୈନିକ ୧୦୦ରୁ୧୨୦ ଜଣ ଅସହାୟ ଗରିବ ବ୍ୟକ୍ତିଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଉଛି । ବ୍ଲକ ପ୍ରଶାସନିକ ଅଧିକାରୀମାନେ ପଞ୍ଚାୟତ ପରିଦର୍ଶନ କରି କେଉଁଭଳି ଭାବେ ଅଧିକରୁ ଅଧିକ ଲକ୍ଡ୍ାଉନକୁ ଲୋକମାନେ ପାଳନ କରିବେ ସେନେଇ ସରପଞ୍ଚଙ୍କୁ ପରାମର୍ଶ ଦେଇଛନ୍ତି ।


