ରଣପୁରରେ ବିଜେଡିର ରୋଡ୍ ଶୋ
ରଣପୁର (ଜୁଗାବ୍ଦ ନ୍ୟୁଜ୍):୨୦୧୯ ସଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପୁରୀ ଲୋକସଭା ଆସନ ପାଇଁ ପିନାକୀ ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ସୋମାବାର ରଣପୁର ବିଜେଡି ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଚାନ୍ଦପୁରଠାରେ ପ୍ରଥମେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ସାଂସଦ ପାର୍ଥୀ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାପରେ ଏକ ବିଶାଳ ବାଇକ୍ ରାଲି ପୂର୍ବାହ୍ନ ୧୨ଟାରେ ଚାନ୍ଦପୁରଠାରେ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମୟୁରଝାଲିଆ, ଜଙ୍କିଆ, ଝାଡପଡା ଆଦି ପଞ୍ଚାୟତରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅପରାହ୍ନରେ ଗୋପାଳପୁର, ରଣପୁର, ଗୋଡିପଡା ଠାରେ ପହଞ୍ଚିଥିଲେ । ରାଲି ରଣପୁର ପରିକ୍ରମା କରି ପଞ୍ଚୁଦୋଳ ପଡିଆରେ ପହଞ୍ଚିିବାପରେ ସେଠାରେ ଥିବା ସହିଦ ରଘୁଦିବାକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ରାଲି ଗୋଡିପଡା ଅଭିମୁଖେ ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ରାଜା ମହାନ୍ତି, ଏନ୍ଏସି ଅଧ୍ୟକ୍ଷା ସବିତା ଦାସ, ଜିଲ୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ, ପାଣ୍ଡବ ସେଠୀ, ରଣପୁର ଏନ୍ଏସିର କାଉନସିଲରମାନେ ଯୋଗ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ୨୦୦୦ ମସିହାଠାରୁ ପୁରୀ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟଲାଭ କରିଆସୁଛନ୍ତି ।