ରଣପୁରରେ ସ୍ୱପ୍ନେଶ୍ୱର ଦେବଙ୍କ ଧୂଳିଆ

ରଣପୁର (ଯୁଗାଦ୍ଧ ନ୍ୟୁଜ): ରଣପୁରର ପୁରାତନ ଶୈବ ପୀଠ ସ୍ୱପ୍ନେଶ୍ୱର ଦେବଙ୍କର ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଛି । ରଣପୁର ଅଞ୍ଚଳରେ ରାଜରାଜୁଡା ଅମଳରୁ ଅନେକ ଶୈବ ପୀଠରେ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହେଉଛି । ଏହି ଦଣ୍ଡ ନୃତ୍ୟ ପଣା ସଂକ୍ରାନ୍ତି ଦିନ ଉଦ୍ଯାପିତ ହେବ । ପୂର୍ବରୁ ଚଣ୍ଡେଶ୍ୱର ଦେବଙ୍କ ଧୁଳି ଦଣ୍ଡ ଅନୁଷ୍ଠିତ ହୋଇଥିବାବେଳେ ଏବେ ୨ ଦିନ ଧରି ସ୍ୱପ୍ନେଶ୍ୱର ଦେବଙ୍କର ଧୂଳିଦଣ୍ଡ ଚାଲିଛି । ଲୋକ କଥା ଓ ଲୋକ ନୃତ୍ୟକୁ ନେଇ ରାତି ସାରା ନୃତ୍ୟ ପରିବେଷଣ କରାଯାଇଥାଏ । ରାତି ପାହି ସୂର୍ଯ୍ୟୋଦୟ ହୋଇଗଲେ ଦଣ୍ଡ ନୃତ୍ୟ କଳାକାର ସଜ୍ଜିତ ହୋଇ ଠାକୁରଙ୍କ ସମ୍ମୁଖରେ ନାଚି ନାଚି ସହରପରିକ୍ରମା କରନ୍ତି । ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ କଅଁଳିଆ ସୂର୍ଯ୍ୟାଲୋକର ତାଳେ ତାଳେ ନାଚି ନାଚି ଧୂଳି ଉଡି ଦଣ୍ଡା ଠାକୁରଙ୍କ ସଙ୍ଗେ କାମନା ମନ୍ଦିରକୁ ବିଜେ କରିଥାନ୍ତି । ଏହି ଧୂଳିଦଣ୍ଡରେ ମୁଖ୍ୟତଃ ଶିବ ମହିମା ଉପରେ ବିଭିନ୍ନ ପ୍ରକାର ଗୀତ ବୋଲା ଯାଇଥାଏ । ଆଜି ସ୍ୱପ୍ନେଶ୍ୱର ଦେବ ହାଟ ସାହି ଠାରୁ ଏହି ଧୂଳି ଦଣ୍ଡ ଆରମ୍ଭ କରି ବଡଦାଣ୍ଡ ଦେଇ ହରଚଣ୍ଡି ସାହିସ୍ଥ କାମନା ଘରେ ପ୍ରବେଶ କରିଥିଲେ । ଏହି ଧୂଳି ଦଣ୍ଡ ଦେଖିବା ପାଇଁ ଶହ ଶହ ଭକ୍ତ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ