ରଣବୀରଙ୍କ ସଂପର୍କରେ ଏକ ବଡ଼ କଥା କହିଲେ ଏହି ନିର୍ଦ୍ଦେଶକ

ରଣବୀର କପୁର ଜଣେ ଷ୍ଟାର୍ ନୁହନ୍ତି ବରଂ ଆକ୍ଟରଭାବେ ନିଜକୁ ପ୍ରମାଣିତ କରିସାରିଲେଣି । ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲିଙ୍କ “ସାୱାରିଆ’ ମାଧ୍ୟମରେ ବଲିଉଡରେ ଆକ୍ଟର୍ ଭାବେ ଏଣ୍ଟ୍ରି ଦେଇ ପରେ ଅନେକ ନୂଆ ଓ ପୁରୁଣା ମାତ୍ର ଦକ୍ଷ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ରଣବୀର । ଏବେ ରଣବୀର କପୁରଙ୍କ ନୂଆ ଫିଲ୍ମ “ବ୍ରହ୍ମାସ୍ତ୍ର’ ରିଲିଜ୍ ଅପେକ୍ଷାରେ ରହିଛି ।
ତାଙ୍କ ସଂପର୍କରେ ସଂଜୟ ଲୀଳା ଭଁସାଲି ଏକ ବଡ଼ କଥା କହିଛନ୍ତି । ସଂଜୟ କହିଛନ୍ତି, “ରଣବୀର ମୋତେ “ବ୍ଲାକ୍ ‘ ଓ ” ସାୱାରିୟା’ ରେ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ମୁଁ ଜାଣିଛି ଦିନେ ନା ଦିନେ ସେ ଜଣେ ଭଲ ନିର୍ଦ୍ଦେଶକ ହେବେ । ତାଙ୍କର ପ୍ଲସ୍ ପଏଣ୍ଟ୍ ହେଲା ସେ ନିଜର ଅଭିନୟକୁ ନିର୍ଦ୍ଦେଶକୀୟ ଢଙ୍ଗରେ ପେଶ୍ କରିପାରନ୍ତି ।’ ତେବେ ସଂଜୟ ଏବଂ ରଣବୀର କପୁର ପ୍ରାୟ ୧୨ ବର୍ଷ ହେବ କେବେ ବି ଏକାଠି କାମ କରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ