ରତନି ମୋଟରସ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

ବୁଗୁଡା (ଅନିଲ ମହାରଣା): ପୋଲସରାର ହିରୋ ମୋଟରସ ସୋରୁମ ରତନି ମୋଟରସ ପକ୍ଷରୁ ରାସ୍ତା ପାର୍ଶ୍ୱରେ ଚାରା ରୋପଣ କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହିରୋ ସୋରୁମ ରତନି ମୋଟରସ ପକ୍ଷରୁ ବିଭିନ୍ନ ସ୍ଥାନ ଓ ସଡକ କଡରେ ଚାରା ରୋପଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଶ୍ବ ଜଳବାୟୁ ପରିବର୍ତ୍ତନର ମୂଖ୍ୟ କାରଣ ହେଉଛି ବୃକ୍ଷ ସଂଖ୍ୟା କମିବା। ଏହାକୁ ନେଇ ରତନି କର୍ମଚାରୀ ବୃନ୍ଦ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ସୃଷ୍ଟି କରିବା ପାଇଁ ଚାରା ରୋପଣ କରିବା ସହ ବୃକ୍ଷ ଲଗାଇ ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ, ନିଳାଞ୍ଚଳ ପଣ୍ଡାଙ୍କ ନେତୃତ୍ୱରେ ରତନି ମୋଟରସ କର୍ମଚାରୀ ଚନ୍ଦନ ସାହୁ, ବଂଶୀଧର ମହାରଣା , ରୀଙ୍କୁ ପ୍ରଧାନ, ଶତ୍ରୁଘ୍ନ ମହାରଣା, ରାମ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ