ରତ୍ନମାଳି ନାମ ସଂକୀର୍ତ୍ତନ ମଣ୍ଡପ ଉଦଘାଟିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆସିକା ବ୍ଳକ ହରିଡାପଦର ପଞ୍ଚାୟତ ମଣ୍ଟାପଡା ଗ୍ରାମର ମା’ ରତ୍ନମାଳି ନାମ ସଂକୀର୍ତ୍ତନ ମଣ୍ଡପ ରବିବାର ଉଦଘାଟିତ ହୋଇଯାଇଛି। ରବିବାର ଭୋରରେ ଯାଜ୍ଞିକ ପଣ୍ଡିତ ରାଧାକୃଷ୍ଣ ପାଢିଙ୍କ ନେତୃତ୍ୱରେ ପୁରୋହିତ ଭଗବାନ ପାଢି, ଜୟରାମ ପାଢି ଓ ଶ୍ୟାମସୁନ୍ଦର ପାଢି ଯୋଗଦେଇ ଶାଲା ସଂସ୍କାର, ବରୁଣ ପୂଜା, ସୁର୍ଯ୍ୟ ପୂଜା ସମେତ ସମସ୍ତ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧାନିଧି ଚୌଧୁରୀ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶେଷଦେବ ସାହୁ ଯୋଗ ଦେଇଥିଲେ। ନାମ ସଂକୀର୍ତ୍ତନ ଶିକ୍ଷକ ମହନ୍ତର ସାହୁଙ୍କ ସଂଯୋଜନାରେ ରୋ‌ହିତ ଖଟାଇ, ସୁରେନ୍ଦ୍ର ଜେନା, ନାରାୟଣ ସାହୁ, ପୂର୍ଣ୍ଣଚନ୍ଦ୍ର ବରଡ, ବୁଲୁ ଖଟାଇ, ସୁନିଳ ଖଟାଇ, କୋରା ସାହୁ, ବାବୁଲା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଗ୍ରାମ ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁତ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ନିଳାଞ୍ଚଳ ପ୍ରଧାନଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ