ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରରେ ଖେଳନା ତିଆରି କର୍ମଶାଳା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ ନିର୍ଦେଶ କ୍ରମେ ଆମ ସଂସ୍କୃତି ଆମ ଖେଳନାର କାର୍ଯ୍ୟକ୍ରମ ସ୍ୱରୂପ ସରକାରଙ୍କ ଯୋଜନା ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ରତ୍ନାକର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡାଙ୍କ ତତ୍ୱାବଧାନରେ ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୩.୧୦.୨୦୨୩ରିଖରୁ ତା୫.୧୦.୨୦୨୩ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଖେଳନା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅଞ୍ଜନା ସ୍ୱାଇଁ ଉଦଘାଟନ କରି ଆମ ସଂସ୍କୃତିର ପୁନରୁଦ୍ଧାର ପାଇଁ ବିଦ୍ୟାଳୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହେବ ଏବଂ ପିଲାମାନଙ୍କ ପାଇଁ ଶିକ୍ଷାଦାନରେ ଏହା ଉପେଯାଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ କୁମୁଦିନି ଦେଇ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପହଞ୍ଚି ଖେଳନାର ପାଠପଢା କ୍ଷେତ୍ରରେ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଅଂଶଗ୍ରହଣକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ । ଉଦଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷାଧିକାରୀ ପାବନି କୁମାର ରାଉତ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷୟିତ୍ରୀ ସୁନିତା ବେହେରା ଅତିଥି ଭାବେ ଯୋଗଦେଇଥିଲେ । ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ରାଉତ ଆମ ସଂସ୍କୃତିର ପୁନରୁଦ୍ଧାର ଏବଂ ସମାଜ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଅନେକ ଉପାଦେୟ ବକ୍ତବ୍ୟ ସହ ପିଲାମାନଙ୍କ ପାଇଁ ଆନନ୍ଦମୟ ଶିକ୍ଷାର ଏହା ଏକ ଅଂଶ ବିଶେଷ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଓ ସମ୍ବଳବ୍ୟକ୍ତି ଯୋଗ ଦେଇଥିଲେ । ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁରୀ ଚରଣ ବେହେରା ଏବଂ ତାଙ୍କ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା । ଶେଷରେ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଅନନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


