ରଥକାଠ ଚିରଟ ଅନୁକୂଳ ଆଜ୍ଞାମାଳ ନେଇ କଟକ ଗଲା ୬ଜଣିଆ ଟିମ୍

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ଜୁଲାଇ ୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ହେବାର ବିଧି ରହିଥିବାରୁ ଶନିବାର ସକାଳେ ଶ୍ରୀମନ୍ଦିର ପ୍ରଶାସନ ଓ ଅମିନ ସେବାୟତଙ୍କ ସମେତ ୬ଜଣିଆ ଟିମ୍ କଟକ ଗସ୍ତ କରିଛନ୍ତି । ଖପୁରିଆସ୍ଥିତ ସ’ ମିଲ୍ରେ ରଥକାଠ ପୂଜାର୍ଚ୍ଚନା ହେଲା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି । ଏହି ଟିମ୍ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଧୂପ, ଦୀପ,ପତନୀ, ନଡିଆ ସମେତ ଆନୁଷଙ୍ଗିକ ଜିନିଷ ସାଙ୍ଗରେ ନେଇ ସେଠାରେ ବିଧି ମୁତାବକ କାର୍ଯ୍ୟ ସମ୍ପନ୍ନ ହେଲା ପରେ କାଠ ଚିରଟ କରାଯାଇଛି । ନୀତି ପ୍ରଶାସକ ବିଶ୍ୱଜିତ୍ ବିଶ୍ୱାଳଙ୍କ ନେତୃତ୍ୱରେ ଓଆଇସି ନୀତି ରବିନ୍ଦ୍ର ନାଥ ଦାସ, ସ୍ୱତନ୍ତ୍ର ପଦାଧିକାରୀ ସରୋଜ କୁମାର ରାୟ, ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ଏହି ଟିମ୍ରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ