ରଥଖଳାରେ ନିର୍ମାଣ ଚାଲିଛି ରଥ
ପୁରୀ (ଯୁଗାବ୍ଦ ନ୍ୟୁଜ): ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେଥପାଇଁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟା ତୃତୀୟଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସୋମବାର ରଥଖଳାରେ ବିଶ୍ୱକର୍ମା ମହାରଣା ତୁମ୍ବ କାର୍ଯ୍ୟ ଆରମ୍ଭ କରିଛନ୍ତି । ବାତ୍ୟା ଯୋଗୁଁ ରଥଖଳାରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ମହାରଣାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ରଥଖଳାକୁ ଶୀଘ୍ର ବିଦ୍ୟୁତ୍ ସେବା ଯୋଗାଇଦେବାକୁ ମହାରଣାମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ତୁମ୍ବ କାର୍ଯ୍ୟ ସରିଲାପରେ ପର୍ଯ୍ୟାୟକ୍ରମେ ତିନି ରଥ ନିର୍ମାଣ ହେବ ବୋଲି ବରିଷ୍ଠ ମହାରଣା ସେବାୟତ ବିଜୟ ମହାରଣା କହିଛନ୍ତି ।