ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୯ତାରିଖ ତଥା ପବିତ୍ର ବାହୁଡାଯାତ୍ରା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ସନ୍ଧ୍ୟା ୭ଘଣ୍ଟା ଠାରୁ ପରିବେଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ସନ୍ଧ୍ୟାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ନୃତ୍ୟ ଓ ସଂଗୀତ ଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗଙ୍ଗୀନିଭାବେ ଜଡିତ, ସେହି ପ୍ରଥାକୁ ସମ୍ମାନ ଜଣେ ଆମେ ଏହି ପ୍ରୟାସ କରିଛୁ । ପାରଳାବାସୀଙ୍କୁ ଉତ୍ସାହିତ କରିବା ପାଇଁ ମହାପ୍ରଭୁଙ୍କୁ ବନ୍ଦନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ସଙ୍ଗୀତ ଗୁରୁ ରଘୁନାଥ ପାତ୍ର, ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଦାୟିତ୍ୱରେ ଥିବା ପାରଳା ନିର୍ବାହୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଜୁବୁଲୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଦୁର୍ଗାମାଧବ ପାଣିଗ୍ରାହୀ ଓ ଜଗନ୍ନାଥ ସେବା ଦଳ ଦ୍ୱାରା ପ୍ରସ୍ତୁତ ପତ୍ରିକା “ଭାବାଙ୍କୁର” ଉନ୍ନଚିତ ହୋଇଥିଲା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା । ଉକ୍ତକାର୍ଯ୍ୟକ୍ରମକୁ ନରସିଂହ ବାଜୁବନ୍ଧ ଓ ଗୌରୀ ସାହୁ ସହଯୋଗ କରିଥିଲେ । ସନ୍ଧ୍ୟାରେ “ପଦାମୃତ ନୃତ୍ୟାୟନ” ଅନୁଷ୍ଠାନର କୁନି ପିଲାମାନେ ଓଡିଶୀ ନୃତ୍ୟ ପରିବେଶଣ କରିଥିଲେ । ଏପରି ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ