ରଥଯାତ୍ରା କୁ ଦୃଷ୍ଟିରେ ରଖି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସାଧାରଣ ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ଆସନ୍ତା ଜୁଲାଇ ମାସ ୪ ତାରିଖ ଦିନ ହେବାକୁ ଥିବା ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଛତ୍ରପୁରର ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇଂ ରାମଚନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ନବ ଯୈ।ବନ ଦର୍ଶନ କାର୍ୟ୍ୟକ୍ରମ ଠାରୁ ଆରମ୍ଭ କରି ବାହୁଡା ଏବଂ ସୁନାବେଶ ପର୍ୟ୍ୟନ୍ତ ବିଭିନ୍ନ ପ୍ରକାରର ସେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଗୁରୁବାର ଦିନ ଆୟୋଜିତ ହେବାକୁ ଥିବା ହେତୁ ତଥା ସେହି ଦିନ ରିକାପଲ୍ଲୀ ହାଟ ପାଳି ପଡୁଥିବା ହେତୁ ସୁରକ୍ଷିତ ଭାବେ ରଥ ନେବା ନିମନ୍ତେ ଥାନାଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଂଚିବା ପର ଠାରୁ ପୁନଃ ବାହୁଡ଼ା ଯାତ୍ରା ପର୍ୟ୍ୟନ୍ତ ଠାକୁର ଙ୍କ ସମସ୍ତ ବ୍ୟବସ୍ଥା ମହାଶକ୍ତି ବଣିକ ସଂଘ ପକ୍ଷରୁ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିର ପରିଚାଳକ ଜଗବନ୍ଧୁ ପାଣିଗ୍ରାହୀଙ୍କ ସମେତ ଆଦିକନ୍ଦ ପାଣିଗ୍ରାହୀ, ରାଜେନ୍ଦ୍ର ଶତପଥୀ, ଗୋବିନ୍ଦ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ଅସିତ ପଟ୍ଟନାୟକ, ମହାଶକ୍ତି ବଣିକ ସଂଘ ସଭାପତି କିଶୋର ସେନାପତି, ଭୁବନେଶ୍ୱର ପାତ୍ର, ଭାଗଵତ ମହାପାତ୍ର, ଅଶୋକ ପଣ୍ଡା, ସୁଧିରକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଋିପୋର୍ଟ – ପ୍ରଶାନ୍ତ ମହାରଣା


