ରଥଯାତ୍ରା ନିଷ୍ପତ୍ତି ନେବେ ସରକାର : ହାଇକୋର୍ଟ
ଭୁବନେଶ୍ୱର: ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ବୋଧହୁଏ ଏହା ପ୍ରଥମ ଥର ହେବ ଯେ ମହାପ୍ରଭୁଙ୍କ ରଥ ଚକକୁ କରୋନା ଭୂତାଣୁ ଅଟକାଇବାକୁ ସଂଘର୍ଷ କରୁଛି। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି। ଏହାରି ଭିତରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେବେ । ଏହା କହିଛନ୍ତି ମାନ୍ୟବର ହାଇକୋର୍ଟ । କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟର କୋଭିଡ ଗାଇଡଲାଇନକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ସେତେବେଳର ଅବସ୍ଥାକୁ ଦେଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ଦେବେ ବୋଲି ହାଇକୋର୍ଟ କହିଛନ୍ତି ।


