ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟର ଆଦେଶ ଅନନ୍ୟ ଓ ଐଲୋକିକ ଥିଲା

ନୂଆଦିଲ୍ଲୀ (ଓ୍ବାଇଏନ୍ଏସ୍) : ମାନ୍ୟବର ସୁପ୍ରିମକୋର୍ଟ ପୁରୀର ରଥଯାତ୍ରାକୁ ଅନୁମତି ପ୍ରଦାନ କରି ଐତିହାସିକ ରାୟ ପ୍ରଦାନ କରି କହିଛନ୍ତି ଏହାକୁ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଜଗତରେ ଅନନ୍ୟ ଓ ଐଲୋକିକ ବୋଲି ଦର୍ଶାଯାଉଛି | ନାଗପୁର ଠାରେ ଏବେ କୋର୍ଟ ଛୁଟି ଯୋଗୁ ଅବସ୍ଥାନ କରୁଥିବା ଭାରତର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କର ରିଭୁ ପିଟିସନ ଉପରେ ଶୁଣାଣି ,୧୮ ତାରିଖର ଆଦେଶକୁ ବାତିଲ କରିବା ଏବଂ କଟକଣା ସହିତ କେବଳ ପୁରୀ ରଥଯାତ୍ରା ଆୟୋଜନ ନେଇ ଆଦେଶ ଦେବା ବଡ ଠାକୁରଙ୍କ ମହିମା ଓ ଐଶୋରିକ ଶକ୍ତି ପ୍ରଣୋଦିତ ଥିବାର ବର୍ଣନା କରାଯାଇଛି | ଏକ ପକ୍ଷରେ ମୁଖ୍ୟ ପିଟିସନର ଓଡିଶା ବିକାଶ ପରିଷଦ ଓ ଏହାର ସଂସ୍ଥାପକ ଅଫତାଵ ହୁସେନ ରହିଥିବା ବେଳେ ଭାରତ ସରକାର ଓ ଓଡିଶା ସରକାରଙ୍କ ପକ୍ଷରୁ ପ୍ରମୁଖ ରେସ୍ପଣ୍ଡେଣ୍ଟ ଭାବେ ସେମାନଙ୍କର ଓକିଲଙ୍କ ଜରିଆରେ ଏହି ୱେବ ଶୁଣାଣିର ଜବାବ ସୁଆଲରେ ଅଂଶ ଗ୍ରହଣ କରିଥିଲେ | ଏମାନଙ୍କ ସହିତ ହସ୍ତକ୍ଷେପ କାରୀ ଭାବରେ ପୁରୀ ରଥ ଯାତ୍ରା ଅନୁଷ୍ଠିତ ହେବା ସପକ୍ଷରେ ପିଟିସନ ମାନ ଦାୟର କରିଥିବା ସଂସ୍ଥା , ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ , ଡ଼ ସମ୍ବିତ ପାତ୍ର , ଦଇତାପତି ନିଯୋଗ କମିଟି ,ରଘୁନାଥ ଗୋଛିକାର ,ଜନାର୍ଦ୍ଧନ ପାଟଜୋଷୀ ମହାପାତ୍ର ,ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ , ଆନ୍ତର୍ଜାତିକ ହିନ୍ଦୁ ମହାସଭା ,ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ,ଓ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ,ନୂଆଦିଲ୍ଲୀର ସଭାପତି ବିଜୟ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ | ବାଦି ,ପ୍ରତିବାଦୀ ଓ ଓ ହସ୍ତକ୍ଷେପ କାରୀଙ୍କ ତରଫରୁ ରେକର୍ଡ ସଂଖ୍ୟକ ୧୦୦ ଓକିଲ ଏହି ଭରଚୁଆଲ କୋର୍ଟରେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ