ରଥଯାତ୍ରା ହେବା ଉଚିତ: ରଘୁନାଥ ମହାପାତ୍ର

ଭୁବନେଶ୍ୱର: ପୁରୀ କ’ଣ ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ ସୁପ୍ରିମକୋର୍ଟରେ ବହୁ ମଡିଫିକେସନ ପିଟିସନ ଦାୟର କରାଯାଇଛି । ରଥଯାତ୍ରା ନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଚଳିତ ବର୍ଷ ରଥଯାତ୍ରା ହେବା ଉଚିତ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି । ରଥଯାତ୍ରା ବନ୍ଦ କରାଯିବା ପ୍ରସଙ୍ଗରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରଥଯାତ୍ରା ହେଲେ ସୁପ୍ରିମକୋର୍ଟରେ ୧୨/୧୫ ଲକ୍ଷ ଭକ୍ତଙ୍କ ଗହଳି ହେବା ସମ୍ପର୍କିତ ତଥ୍ୟ ଉପସ୍ଥାପନା ଭୁଲ ଥିଲା । ଶନିବାର ଗଜପତି ମହାରାଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଚିଠି ଲେଖିଛନ୍ତି ତାହା ସମସ୍ତଙ୍କର ମତ । ତାହା ଶଙ୍କରାଚାର୍ଯ୍ୟ, ଛତିଶା ନିଯୋଗ ଓ ଅନ୍ୟମାନଙ୍କ ମତ । ଅଧର ପଣା ରଥ ଉପରେ ହୁଏ, ଗୁଣ୍ଡିଚା ମନ୍ଦିର ଭିତରେ କିପରି ହେବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ତେଣୁ ରଥଯାତ୍ରା ହେବା ଉଚିତ ବୋଲି ସେ କହିବା ସହ ଯଦି ନହେଲା, ତେବେ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ନିଷ୍ପତ୍ତି ହେଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ