ରଥ ଉତ୍ସବ ପଞ୍ଚମ ଦିନରେ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ମେଧା ଛାତ୍ରବୃତ୍ତି ତଥା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) ; ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ପ୍ରତିବର୍ଷ ଭଳି ରଥ ଉତ୍ସବର ପଞ୍ଚମ ଦିନରେ ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ମାତୃପିତୃ ଓ ଶିଶୁ କାଉନସେଲିଂ, ୩୮୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି, ସଂକୀର୍ତ୍ତନ ପ୍ରତିଯୋଗିତା ଓ ରାସଲୀଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଇମାମୀ ନଗରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କର ସମସ୍ତ ପୂଜାର୍ଚ୍ଚନା ସମାପନ ସାଙ୍ଗକୁ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରସ୍ଥିତ ଭଜନ ମଣ୍ଡପରେ ସର୍ବଭାରତୀୟ ସ୍ତରରେ ସୁନାମ ଓ ଖ୍ୟାତି ଅର୍ଜନ କରିଥିବା ପ୍ରତିଷ୍ଠିତ କ୍ୟାରିଅର୍ କାଉନ୍ସିଲର୍ ଓ ମୋଟିଭେଟର୍ ମିସ୍ ମାଦିଆ ଅହମଦ୍ (ଟେଡେକ୍ସ ସ୍ପିକର ଏଣ୍ଡ୍ ୟୁଥ୍ ମୋଟିଭେଟର୍)ଙ୍କ ତତ୍ୱାବଧାନରେ ସକାଳ ୯.୩୦ଘଟିକାରୁ ୧୧ଘଟିକା ମଧ୍ୟରେ ମା’ମାନଙ୍କ ମଧ୍ୟରେ, ୧୧ଘଟିକାରୁ ୧୨ଘଟିକା ପର୍ଯ୍ୟନ୍ତ ବାପାମାନଙ୍କ ମଧ୍ୟରେ, ଅପରାହ୍ନ ୩ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ତଥା ଅପରାହ୍ନ ୪ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ପିତା, ମାତା ଓ ପିଲାମାନଙ୍କ ମଧ୍ୟରେ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ମଧ୍ୟରେ ଉତ୍ତମ ମାତୃପିତୃ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚରିତ୍ର ନିର୍ମାଣ ଓ ସାମାଜିକ ଶାନ୍ତିପ୍ରତିଷ୍ଠା ନିମନ୍ତେ କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଦିବା ୨ଘଟିକାରୁ ୪ ଘଟିକା ମଧ୍ୟରେ ଗୁଣ୍ଡିଚା ମନ୍ଦିର ସ୍ଥିତ ମେଳାପଡ଼ିଆସ୍ଥିତ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଜିଲ୍ଲାର ମୋଟ ୬୩ଟି ବିଦ୍ୟାଳୟ ୫ଗୋଟି ମହାବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧ମରୁ +୩ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୮୪ଜଣ ଛାତ୍ରଛାତ୍ରୀଙ୍କୁ ୩ଲକ୍ଷ ୨୫ ହଜାର ୭୫୦ଟଙ୍କା ଇମାମୀ ଛାତ୍ର ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି ମେଧାବୃତ୍ତି ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଡ. ମଧୁମିତା ଦାଶ, ମୁଖ୍ୟବକ୍ତା ଭାବେ ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ସମ୍ମାନୀୟ ଅତିଥିଭାବେ ବ୍ଲକ୍ ରିସର୍ଚ୍ଚ କୋର୍ଡ଼ିନେଟର ଶ୍ରୀଯୁକ୍ତ ବଂଶୀଧର ଜେନା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ୍ତ ପଣ୍ଡା, ଶ୍ରମିକ ନେତା ଶ୍ରୀଯୁକ୍ତ ସୁଧୀର ମଙ୍ଗରାଜ, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ତଥା ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶିଲ୍ କୁମାର ଗୋୟେଙ୍କା, ସ୍ଥାନୀୟ କାଗଜକଳର ମୁଖ୍ୟ ସଂଚାଳକ ଶ୍ରୀ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ଶ୍ରୀ ସୁଶୀଲ୍ କୁମାର ଖୈତାନ୍ ତଥା ଇମାମୀ ଲେଡ଼ିସ୍ କ୍ଲବ୍ର ଶ୍ରୀମତୀ ଉଷା ନାୟାର, ଶ୍ରୀମତୀ ରୀନା ଖୈତାନ, ଶ୍ରୀମତୀ ବନ୍ଦନା ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ରଖିବା ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୨୦୧୯-୨୦ ପାଇଁ ମେଧାବୃତ୍ତି ପ୍ରଦାନ କରିଥିଲେ । ସନ୍ଧ୍ୟା ୬ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ ଗୋଜବାୟାଣୀ ସଂକୀର୍ତ୍ତନ ମଣ୍ଡଳୀ, ବାମପଦା ଓ ମା’ ଥାନେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ, ସୋରିଷକଠାଙ୍କ ମଧ୍ୟରେ ହରିନାମ ସଂକୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୭ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ବୃନ୍ଦାବନସ୍ଥିତ ଭାରତୀୟ କଳାସଂସ୍ଥାନ ପକ୍ଷରୁ ରାସଲୀଳା ବେଶ୍ ଚିତ୍ତାକର୍ଷକ ରହିଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଶ୍ରୀ ଆଶିଷ୍ ଏ. ଗୁପ୍ତା, ଜେନେରାଲ୍ ମ୍ୟାନେଜର ଶ୍ରୀ ରଞ୍ଜନ କୁମାର ଜେନା, ଡି.ଜି.ଏମ୍. ଶ୍ରୀ ଦେବବ୍ରତ ହୋତା, ଏ.ଜି.ଏମ୍. ତଥା ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ, ମ୍ୟାନେଜର ଶ୍ରୀ ନିଖିଲ ରଂଜନ ଦାସସାମନ୍ତରାୟ ତଥା ମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସିଂହସାମନ୍ତ, ମନ୍ଦିରର ମୁଖ୍ୟପୂଜକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର, ବରିଷ୍ଠ ଅଧିକାରୀ ଶ୍ରୀ ରାଜେଶ୍ ମିତ୍ତଲ୍, ଶ୍ରୀ ରମେଶ ଖୁଣ୍ଟିଆ, ଶ୍ରୀ ପଙ୍କଜ ଛାଜର, ସଞ୍ôଚତା ଶ୍ୟାମ୍, ରାଜେଶ୍ ପାୱାର, ଏସ୍. ପଟ୍ଟନାୟକ, ଶ୍ରୀମତୀ ବିଶାଳା, ସୁସ୍ମିତା ସାହୁ, ସିନ୍ଦୁରା ପଟ୍ଟନାୟକ, ଆଫ୍ରିନ୍ ଅହମ୍ମଦ, ଦୀପିକା ପାଞ୍ଜା, ଜୟଶ୍ରୀ ନାୟକ, ଦେବାଶିଷ ଚାଟାର୍ଜୀ, ଜିତେନ୍ଦ୍ର ଉପାଧ୍ୟାୟ, ଆଶିଷ ସେନ୍, ବୀରେନ୍ଦ୍ର ନାୟକ, ବିଚିତ୍ର ସ୍ୱାଇଁ ଓ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟପରିଚାଳନାରେ ସହଯୋଗ କରୁଥିବା ଜଣାପଡ଼ିଛି । ଅନୁରୂପଭାବେ ପ୍ରତିଦିନଭଳି ଆଗନ୍ତୁକ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦସେବନ, ପାନୀୟଜଳ ଓ ସୁରକ୍ଷାବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାବେଳେ ଇମାମୀ ନଗର ଗୁଣ୍ଡିଚା ମନ୍ଦିର ପରିସର ବେଶ୍ ଜଗନ୍ନାଥ ମହାପ୍ରଭୁଙ୍କର ଭାବ ଆବେଗରେ ପରିପୂର୍ଣ୍ଣ ହୋଇଉଠିଥିଲା ।