ରଥ ଗଡିବ
ସୁଖ ଆସିଥିଲା
ଦୁଃଖ ଆସିଥିଲା
ଏ ଶରୀର ରଥ ଭିଡି,
ସାଥୀ ହୋଇ ସୁଖ
ଦୁଃଖ ବାହୁଡିଲେ
ରଥ ପାରିବ କି ଗଡି !
ସୁଖ ଦୁଃଖ ଦୁଇ
ଚକ ପ୍ରାୟ ହୋଇ
ଏ ରଥ ନେବେ ଗଡାଇ,
ଯେତେ ଗଡୁଥିବ
ସେତେ ଶକ୍ତି ଦେବ
ଗଡିବାକୁ ଦିଅ ଭାଇ ।
ଆଗକୁ ଗଡିଲେ
ଅହୁରି ଶିଖିବ
ସହିବା କଳା କୌଶଳ,
ଚାପ ମୁକାବିଲା
ଧୈର୍ଯ୍ଯ ବଢାଇବ
ପରିସ୍ଥିତି ଅନୁକୂଳ ।
ସମୟ ଚକ୍ରରେ
ସବୁ ଭାଙ୍ଗିଯିବ
ରଥ ସହ ଦୁଇ ଚକ,
ଦୁଃଖ ସାଥେ ସୁଖ
ଘୁରି ବୁଲି ବୁଲି
ହେବେ ଆନ ରଥେ ଚକ ।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ
ବ୍ରହ୍ମଗିରି,ପୁରୀ