ରଥ ଦେଖିଯିବା ଚାଲ

ଧୂଳିଆ ଗୁଣ୍ଡିଚା କାଦୁଆ ହେଲା
ପେଣ୍ଡେ ବରଷିଲା ପାଣି
ବଡ ଠାକୁରଙ୍କ ସିଂହ ଦୁଆରରେ
ତିନି ରଥ ଠିଆ ହେବେଣି
ଆସ ଭଉଣୀ—
ରଥ ଦେଖି ଯିବାଚାଲ
ବେଳ ହେଲାଣି—-(୦)

ମେଘ ପଡେ ଟିପି ଟପି
ବାଟ ଚାଲ ଗୋଡ ଚିପି
ଗୋଡ ଖସିଗଲେ
ସଂସାର ଦୁଶିବ
କଳା ମୁହଁ ଯିବ ଛପି,
କାଳିଆ କରଇ ନାଟ
କାଳିଆ କରେ କପଟ
ପଥ ହୁଡିଗଲେ
ଜଗନ୍ନାଥ ନାମ
ଦେଖାଏ ସୁଗମ ବାଟ
ଚାଲ ଭଉଣୀ—–
ସେ ନାମକୁ ତୁଣ୍ଡେ ଧରି
ଚାଲ ସରଣୀ

ଲୋ ଭଉଣୀ–
ରଥ ଦେଖି ଯିବା ଚାଲ
ବେଳ ହେଲାଣି—–(୧)

ପହଞ୍ଚିବା ବଡଦାଣ୍ଡେ
ତା’ରେଣୁ ମାରିବା ମୁଣ୍ଡେ
ପାପ ଧୋଇଯିବ
ମୁକତି ମିଳିବ
ନିରିମାଲ୍ଯ ଦେଲେ ତୁଣ୍ଡେ,
ସେହି ନର୍ମାଲ୍ଯ କଣିକା
ମଲା ବେଳେ ସାଥି ଏକା
ଜୀବ ଯିବାବେଳେ
ମାହାର୍ଦ ତୋରାଣୀ
ଭାଗ୍ଯେଥିଲେ ହୁଏ ଚଖା
ଆଲୋ ଭଉଣୀ–
ଜଗା ପାଖେ ରହିଚି ଲୋ
ମୁକତି ମୁଣି

ଆସ ଭଉଣୀ–
ରଥ ଦେଖି ଯିବା ଚାଲ
ବେଳ ହେଲାଣି—–(୨)

ଏସଂସାର ବଡ ମନ୍ଦ
ନିତି ଚାଲେ ଦ୍ବନ୍ଦ୍ବ ବାଦ
ରଥ ଚାରିପାଖ
ପ୍ରଦକ୍ଷିଣ କଲେ
ତୁଟିବ ମନୁ ବିଷାଦ,
ରଥରେ ଦେଖି ବାମନ
କଳା ମୁଖ କଳା ଜହ୍ନ
ତା’ ବାଙ୍କ ଚାହାଣି
ରଙ୍ଗ ଅଧରରେ
ଭିଜାଇବା ତନୁ ମନ
ଧର ଭଉଣୀ—
ପୂଣ୍ଯ ଅରଜିବା ରଥ
ଦଉଡି ଟାଣି

ଆସ ଭଉଣୀ–
ରଥ ଦେଖି ଯିବା ଚାଲ
ବେଳ ହେଲାଣି—–(୩)

ରାଜ କିଶୋର ନାୟକ
ତଳବଙ୍ଗାଳ,କୁଶୁବେଣ୍ଟି
ବ୍ରହ୍ମଗିରି,ପୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ