ରଥ ପଥ

ରଥ ପଥ ଆଜି
ଜଗନ୍ନାଥମୟ
ଭକ୍ତମୟ ବଡଦାଣ୍ଡ,
ଶ୍ରୀମନ୍ଦିରୁ ଆଜି
ବାହାରି କାଳିଆ
ଚାଲେ ପକାଇ ପାହୁଣ୍ଡ ।

ବଡ ପାହୁଣ୍ଡକୁ
ବଳ ପାଉ ନାହିଁ
ଆସୁଅଛି ଝୁଲି ଝୁଲି,
ସ୍ନାନ ପୂର୍ଣ୍ଣିମାଠୁ
ଜ୍ଜରେ ପଡିଥିଲା
ଖାଇନି ଅବଢା ଡାଲି ।

ଭକ୍ତ ଡାକୁଛନ୍ତି
ମଣିମା ମଣିମା
ଆସ ଆସ ବେଗେ ଚାଲି,
ରଥେ ବସିଗଲେ
ଭିଡିନେବୁ ଆମେ
ଭାବରେ ଶରଧାବାଲି ।

ମାଆ ବସିଅଛି
ତୁମ ପଥ ଚାହିଁ
ଆଖିରେ ତା ନିଦ ନାହିଁ,
ଖବର ପାଇଛି
ତୁମେ ଆସୁଅଛ
ଭାଇ ଭଉଣୀଙ୍କୁ ନେଇ ।

ତୁମେ ପହଞ୍ଚିଲେ
ପଣତ କାନିରେ
ଜ୍ଜର ବାଧା ଦେବ ଝାଡି,
କୋଳରେ ବସାଇ
ଖୁଆଇ ଦେବ ସେ
ଡାଲି ବେସର ଖେଚୁଡି ।

ସୁସ୍ଥ ହୋଇ ତୁମେ
ଆନନ୍ଦ ମନରେ
ବାହୁଡିବ ବାହୁଡାରେ,
ସେହି ରଥ ପଥ
ଦୁଃଖ ସୁଖ ସାଥି
ମାନବ ଲୀଳା ମର୍ତ୍ତ୍ୟରେ ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ