ରଥ ଯାତ୍ରା ଉପଲକ୍ଷେ ମନିଷା କୁନ୍ଦନରେ ତିନି ଠାକୁର୍ଙ୍କ କଳା କୃତୀ ଗଢିଲେ

ବ୍ରହ୍ମପୁର,(ଅନିଲ କୁମାର):ଆମ୍ବପୁଆ ମାରୁତି ନଗର ଦ୍ୱିତୀୟ ଲାଇନ ନିବାସୀ ତଥା ଇଞ୍ଜିନିୟରିଂ ଛାତ୍ରୀ ମନୀଷା କୁମାରୀ ପଣ୍ଡା ରଥଯାତ୍ରା ଉପଲକ୍ଷେ ମୋତି ମାଣିକ ତଥା କୁନ୍ଦନ ରେ ତିନି ଠାକୁର ଙ୍କ କଳାକୃତି ନିର୍ମାଣ କରିଛନ୍ତି। ଏହାର ଉଚ୍ଚତା ୨୦ରୁ ୩୦ଇଞ୍ଚ ହେବ ।ପ୍ରାୟ ଦୁଇ ଦିନ ତାଙ୍କୁ ତିଆରି କରିବାକୁ ସମୟ ଲାଗିଥିଲା । ରଥ ଯାତ୍ରା ଅବସରେରେ ସେ ଏପରି କଳା କୃତୀ ପ୍ରସ୍ତୁତ କରି ସଭିଙ୍କୁ ଶୁଭକାମନା ଜଣାଇବା ସହ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ସଭିଙ୍କ ମଙ୍ଗଳ ପାଇଁ ପ୍ରାଥନା କରିଛନ୍ତି । ଏହା ପୂର୍ବରୁ ମନୀଷା ଅଦରକାରୀ ବସ୍ତୁ ରେ ପ୍ରଭୁ ଜଗନ୍ନାଥ ଙ୍କ ବହୁ କିସମର ଚିତ୍ର ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି ।୨୦୨୧ମସିହାରେ କଳାକୃତି ଲାଗି ନ୍ୟାସନାଲ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ। ୨୦୨୨ରେ ଇଣ୍ଟର୍ ନ୍ୟାସ ନାଲ ଆଇଡଲ ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି ।କଳାକୃତି ଲାଗି ତାଙ୍କ ପିତା ନୀଳମାଧବ ପଣ୍ଡା , ମାତା ନକ୍ଷତ୍ର ମାଳା ପଣ୍ଡା ଓ ଦୁଇ ଭଉଣୀ ଉତ୍ସାହିତ କରୁଥିବା ସେ କହିଛନ୍ତି ।ପ୍ରଭୁ ଜଗନ୍ନାଥ ଙ୍କ ସେ ଭକ୍ତ ହୋଇଥିବା ଯୋଗୁଁ ସେ ଏପରି କରୁଥିବା କହିଛନ୍ତି । ବର୍ତ୍ତମାନ ମନୀଷା ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ ରେ ତୃତୀୟ ବର୍ଷ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ ଭାବେ ଅଧ୍ୟୟନ ରତ । ମନୀଷା ଏପରି ଠାକୁର୍ ଙ୍କ କଳା କୃତି ଗଠନ କରି ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ