ରଥ ଯାତ୍ରା କୁ ନେଇ ଅନିଶ୍ଚିତତା ଜାରି ପ୍ରସ୍ତୁତି ବୈଠକ ବି ହେଇନି

ସୋରଡା, (ରଜନୀ ମହାପାତ୍ର):ଗଞ୍ଜାମ ଜିଲ୍ଲା ରେ ବର୍ତମାନ ରଥ ଯାତ୍ରା କୁ ନେଇ ଅନିଶ୍ଚିତତା ଜାରି ରହିଛି। ରଥ ଯାତ୍ରା କୁ ନେଇ ବର୍ତମାନ ମାମଲା ସର୍ବୋଚ ଅଦାଲତ ରେ ଶୁଣାଣୀ ପାଇଁ ରହିଛି। ବର୍ତମାନ ଏଁ ଯାଏ ନେଇ କୌଣସି ସୂଚନା ଆସିନାହି। କିନ୍ତୁ ଅନେକ ଜାଗାରେ ରଥ ଯାତ୍ରା କୁ ନେଇ ପ୍ରସ୍ତୁତି କରାଯାଉଛି। ଯେ ପର୍ଯ୍ୟନ୍ତ ରଥ ଯାତ୍ରା କୁ ନେଇ କୌଣସି ଏକ ନିର୍ଦ୍ଧିଷ୍ଟ ସୂଚନା ଆସିନହି ସେ ଯାଏଁ ମନ୍ଦିର ମଧ୍ୟ ରେ ନୀତି ଚାଲିଛି। ବର୍ତମାନ ଠାକୁର ଅଣସର ଘରେ ରହିଛନ୍ତି। ୨୦ ତାରିଖ ରେ ଅଣସର ଘରୁ ଦର୍ଶନ ଦେବେ। କିନ୍ତୁ ବର୍ତମାନ ଯାଏଁ ଗଞ୍ଜାମ ଜିଲ୍ଲା ସୋରଡା ରେ ଏ ନେଇ କୌଣସି ପ୍ରସ୍ତୁତି ହେଇନି। ସ୍ନାନ ଯାତ୍ରା ପାଇଁ ଗୋଟିଏ ବୈଠକ ହେଇଥିବା ବେଳେ ରଥ ଯାତ୍ରା ପାଇଁ ଗୋଟିଏ ପ୍ରସ୍ତୁତି ବୈଠକ ବି ହେଇନି। ସୋରଡା ରେ ରଥ ଯାତ୍ରା ପ୍ରାୟ ୪୦୦ ବର୍ଷ ପୁରୁଣା। ବର୍ତମାନ ଯାଏଁ ଥରଟିଏ ମଧ୍ୟ ରଥ ଯାତ୍ରା ବନ୍ଦ ହେବାର କୌଣସି ପ୍ରମାଣ ନାହି। ସୋରଡାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଓଡିଶା ଦେବୋତର ବିଭାଗ ଅଧୀନ ରେ ରହିଛି । ମନ୍ଦିର ପରିଚାଳନା ପାଇଁ ବିଭାଗ ତରଫରୁ ଅର୍ଥ ମଞ୍ଜୁର କରାଯାଉଛି। ୧୯୯୬ ମସିହା ରୁ ସୋରଡା ତହସିଲଦାର ଏହାର ଟ୍ରଷ୍ଟି ଦାଇତ୍ୱ ତୁଲାଉଛନ୍ତି। ନିଜେ ଜଣେ ପ୍ରଶାସନିକ ଅଧିକାରୀ ଏହାର ଦାଇତ୍ଵ ଥିଲେ ମଧ୍ୟ ଠାକୁର ଙ୍କ ନୀତି ପ୍ରତି ଅବହେଳା ମନୋଭାବ ଅଞ୍ଚଳ ବାସି ସମେତ ଶ୍ରୀ ଜଗନାଥ ପ୍ରେମୀ କୁ ନିରାସ କରିଛି। ସ୍ନାନ ଯାତ୍ରା ବିଧିବଦ୍ଧ ଭାବେ ପାଳନ ହେଲା। ହେଲେ ରଥ ଯାତ୍ରା ପାଇଁ ସମ୍ପୂର୍ଣ ଅବହେଳା ଦେଖିବାକୁ ମିଳୁଛି। ପ୍ରସ୍ତୁତି କାଣିଚାଏ ମଧ୍ୟ ହେଇନି। ଗୋଟିଏ ପସ୍ତୁତି ବୈଠକ ମଧ୍ୟ ହେଇନି। ରଥ ଯାତ୍ରା ହବ କି ନାହି ଏ ନେଇ ସୂଚନା ମଧ୍ୟ ନାହି। ଠାକୁର ଙ୍କ ନୀତି ନିର୍ଧାରଣ ହେଇନି। ଦଇତାପତି ସେବାୟତ ଙ୍କ ବୈଠକ ମଧ୍ୟ ହେଇନି। ଦୀର୍ଘ ଦିନ ହେଲା ଲକଡାଉନ ଯୋଗୁଁ ମନ୍ଦିର ବନ୍ଦ ରହିଛି। ରଥଖଳା ପୁରା ସୁନସାନ। ଏ ଯାଏଁ ଚାରିଆଡେ ଖାଲି ନିରାସ ର ଛାୟା। କିଛି ବରିଷ୍ଠ ଲୋକଙ୍କ କହିବା ହେଲା ଦୀର୍ଘବର୍ଷ ହେଲା ଏମିତି ଅବହେଳା କେବେ ଦେଖିନଥିଲୁ ଯେମତି ଏବେ ଦେଖିବାକୁ ମିଳିଛି। ଆଉ ୩ ଦିନ ପରେ ନବଯୌବନ ଦର୍ଶନ। ଏ ଯାଏଁ କିଛି ବି ପ୍ରସ୍ତୁତି ହେଇନି। ଏ ନେଇ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ଙ୍କୁ କିଛି ସଦସ୍ୟ ଅବଗତ କଲେ ମଧ୍ୟ ଏ ଯାଏଁ କୌଣସି ସୁଫଳ ମିଳିନୀ। ଟ୍ରଷ୍ଟି ଙ୍କ ଅବହେଳା ଅଞ୍ଚଳବାସୀ ଙ୍କୁ ବ୍ୟଥିତ କରିଛି। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ହେଲା ଶ୍ରୀ ଜଗନ୍ନାଥ ଙ୍କ ନୀତି କୁ ମଣିଷ ନିର୍ଧାରଣ କରିବା ସମ୍ଭବ ନାହି। ଏହି ନୀତି ଦେବ ନୀତି ଅଟେ ଯାହା ଶାସ୍ତ୍ରନୁମୋଦିତ ଅଟେ। ଥରେ ସ୍ନାନ ଯାତ୍ରା ହେଇଗଲାପରେ ଠାକୁର ଜନ୍ମବେଦୀ କୁ ନଗଲା ଯାଏଁରତ୍ନ ବେଦି ଉପରେ ବିରାଜ ମାନ ହେବା ଘଟଣା ନଜର ନାହି। ଶ୍ରୀ ଜଗନ୍ନାଥ ଙ୍କ ଏହି ରଥଯାତ୍ରା ନୀତି ମନ୍ଦିର ଭିତରେ ହେବା ମଧ୍ୟ ସମ୍ଭବ ନାହି। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ଆଲୋଚନା ହେବାର ଆବଶ୍ୟକତା ରହିଛି। ବର୍ତମାନ ପ୍ରସ୍ତୁତି ନ କଲେ ରଥ ଯାତ୍ରା ହେବାର ସମ୍ଭାବନା ହେବାର ଥିଲେ ମଧ୍ୟ ରଥ ପ୍ରସ୍ତୁତି ହେଇପାରିବନି । ଏଅପରିସ୍ଥଳେ ଭକ୍ତଙ୍କ ମନରେ ଆହୁରି ଅଧିକ ଅଶାନ୍ତି ରହିବ। ଗଞ୍ଜାମ ଜିଲା ର ଅନେକ ଜାଗାରେ ବାରମ୍ବାର ପ୍ରସ୍ତୁତି ବୈଠକ କରି ଠାକୁରଙ୍କ ନୀତି ଉପରେ ଆଲୋଚନା କରାଯାଉଛି। କିନ୍ତୁ ସୋରଡା ରେ ଏ ନେଇ ପ୍ରସ୍ତୁତି ନ ହେବା ଦୁର୍ଭାଗ୍ୟ ଜନକ। ମନ୍ଦିର ର ସୁପରିଚାଳନା ପାଇଁ ତହସିଲଦାର ରହିଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନ ନେବା ଏବଂ ସେବାୟତ ଓ ଦଇତାପତିଙ୍କ ସହ ବୈଠକ ନ କରି ଶ୍ରୀ ଜଗନାଥ ଙ୍କ ନୀତି ସମ୍ପନ ପାଇଁ ପଦକ୍ଷେପ ନ ନେବା ଅଞ୍ଚଳବାସୀ ସମେତ ଶ୍ରୀ ଜଗନ୍ଣାଥ ପ୍ରେମୀ ଙ୍କୁ ନିରାସ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ