ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଜଗନ୍ନାଥ ପୁଜା କମିଟି ତରଫରୁ ରବିବାର ଆଗାମୀ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ସଭାପତି ସତ୍ୟବାନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥ ନିର୍ମାଣ, ପହଣ୍ଡି ବିଜେ, ରଥ ଟଣା, ମାଉସୀ ମା ମନ୍ଦିର ସୁପରିଚାଳନା ଯେପରି ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ସମ୍ପାଦକ ବାଇନାଥ ଦାସ ରଥ ଯାତ୍ରା ଅୟୋଜନ ପାଇଁ ପ୍ରସ୍ତୁତ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିଥିଲେ । ଦୁଇ ବର୍ଷ ବ୍ୟବଧାନ ପରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବା ରୁ ଅଧିକ ଭକ୍ତ ଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ଶାନ୍ତି ଶୃଙ୍ଖଳା ର ସହ କିପରି କାର୍ଯ୍ୟକ୍ରମ ହୋଇପାରିବ ସେ ନେଇ ପରାମର୍ଶ ଦେଇଥିଲେ । ବୈଠକ ରେ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।


