ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ପ୍ରତିବାଦରେ ଦିଗପହଣ୍ଡି ରେ ବିଜେଡି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦେଶ ତଥା ରାଜ୍ୟରେ ଅହେତୁକ ଭାବେ ବଢ଼ିଚାଲିଛି ରନ୍ଧନ ଗ୍ୟାସର ଦରଦାମ । ବୁଧବାର ବିଜେଡ଼ି ଦିଗପହଣ୍ଡି ବ୍ଲକ ଓ ନଗର କମିଟି ସମେତ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ସମେତ ଗ୍ୟାସ ସିଲିଣ୍ଡର ର ଦରବୃଦ୍ଧି କୁ ବିରୋଧ କରି ଦିଗପହଣ୍ଡି ରେ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ବିଜେଡ଼ି ପକ୍ଷରୁ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ସ୍ଥାନୀୟ ବିଡ଼ିଓ ହଳଧର ଶବରଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ତାରିଣୀ ଚରଣ ସାହୁଙ୍କୁ ବିଜେଡ଼ି ର ଦଳୀୟ ନେତୃବୃନ୍ଦ ସ୍ମାରକପତ୍ର ପ୍ରଦାନ କରିଥିଲେ । ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ୍ ପ୍ରଭାବ ପକାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ପାଇଁ ସରକାରଙ୍କ ସହାୟତାକୁ ଚାହିଁ ବସିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଖାଉଟି ଦ୍ରବ୍ୟର ବଜାର ଦର ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତିତ ରହୁଥିବା ବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ର ଦର ବୃଦ୍ଧି ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ସାଧାରଣ ଲୋକେ ବର୍ତ୍ତମାନ ଗ୍ଯାସକୁ ପରିତ୍ୟାଗ କରି ପୂର୍ବଭଳି କାଠ ଚୁଲିକୁ ଆପଣାଇବାରେ ଲାଗି ରହିଛନ୍ତି । ପ୍ରତିବାଦରେ ଆଜି ୫ ଶହରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଦିଗପହଣ୍ଡି ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ପ୍ରତିବାଦ ସ୍ବରୂପ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେଡ଼ି ଦିଗପହଣ୍ଡି ବ୍ଳକ ସଭାପତି ତଥା ନିମଖଣ୍ଡି ପେଣ୍ଠ ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର, ଗଞ୍ଜାମ ଜିଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ, ବିଜେଡ଼ି ଗଞ୍ଜାମ ଜିଲା କମିଟି ଉପସଭାପତି ତଥା ପଦ୍ମନାଭ ପୁର ପଞ୍ଚାୟତ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ସମ୍ପାଦିକା ନିରୁପମା ପଟ୍ଟନାୟକ, ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ସୁନିତା ସେଠୀ, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ ଓ ଦିଗପହଣ୍ଡି ନଗର ବିଜେଡି ମହିଳା ସଭାନେତ୍ରୀ ଅନିତା ବେହେରା , ସରସ୍ଵତୀ ଗୈାଡ , ବ୍ଲକ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୈାଡ , ନଗର ଯୁବ ବିଜେଡ଼ି ସଭାପତି ଶିବ ଶଙ୍କର ଗୌଡ, ନେତା ମାଗୀ ସେଠୀ , ମନୋଜ କୁମାର ସାହୁ , ଲୁଲୁ ସର୍ଦ୍ଦାର , ରମେଶ ପାତ୍ର , ବିଜୟ ପ୍ରଧାନ , ଗଣେଶ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।