ରଫ୍ ଖାତା ପରିବାର ଆୱାର୍ଡ଼ -୨୦୨୫ ପାଳିତ
ଭୁବନେଶ୍ୱର,(ୱାଇଏନଏସ): ଦୈନିକ ଓଡ଼ିଆ ଖବକାଗଜ ପକ୍ଷରୁ ରଫ୍ ଖାତା ପରିବାର ଆୱାର୍ଡ଼ ସମ୍ମାନ ସମାରୋହ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ସଭାପତିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡକ୍ଟର ଅଶୋକ ମହାପାତ୍ର, ନର୍ସିଂ ହୋମ ର ନିର୍ଦେଶକ ଉଦଘାଟକ ଭାବେ ଯୋଗଦେଇ ଆଜିର ସମାଜ ସୂତ୍ରରେ ବନ୍ଧିହେବାକୁ ହେଲେ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପଡିବ ବୋଲି ଭାଷଣରେ କହିଥିଲେ । ବିଶିଷ୍ଟ ରାଜନିତିଜ୍ଞ ଓ ଶିଳ୍ପପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ହେଲେ ଆମ ଏକତାକୁ ବଜାୟ ରଖିବାକୁ ପଡିବ ବୋଲି କହିଥିଲେ ।।ବିଶିଷ୍ଟ ଶିକ୍ଷାବିତ ଶଶୀଧର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ୱାଣ୍ଡର ୱାଲ୍ଡ ପବ୍ଲିକ ସ୍କୁଲର, ପ୍ରତିଷ୍ଠାତା ଶ୍ରୀମତୀ ନିଳୀମା ବଂଦୋପାଧ୍ୟାୟ ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ଉତ୍କଳ ପଟ୍ଟନାୟକ, ବିଶିଷ୍ଟ ଗାନ୍ଧୀବାଦୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ରାହୁଲ, ସମାଜସେବା ପ୍ରତାପ ରୁଦ୍ର ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ ରଖିଥିଲେ । ସଭା ପରିଚାଳନା କରିଥିଲେ ଅଧ୍ୟାପିକା ସ୍ୱାଗତିକା ସାହୁ, ସକାଳସାଥୀ ଖବର କାଗଜର ସମ୍ପାଦକ ପ୍ରସନ୍ନ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ।ଶେଷରେ କବି, ଲେଖକ, ଗାଳ୍ପିକ, ଶିକ୍ଷାବିତ୍, ସମାଜସେଵୀ ମାନକୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ଆନିଲା ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।