ରବର କି’ବୋର୍ଡ
ଆଜିକାଲି କମ୍ପ୍ୟୁଟର ଯୁଗ । କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି’ବୋର୍ଡ । ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ । ଅସାବଧାନତାରୁ ଯଦି ଏହା ପଡ଼ିଯାଏ କିମ୍ବା ଏଥିରେ ଜୋର୍ରେ ଆଘାତ ଲାଗେ ତେବେ ତାହା ଭାଙ୍ଗିଯିବାର ସମ୍ଭାବନା ରହିଛି । ନିକଟରେ ନ୍ୟୁଜିଲାଣ୍ଡସ୍ଥିତ ଅକଲାଣ୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ରବର କି’ବୋର୍ଡ ତିଆରି କରିଛନ୍ତି । ଏହି ନମନୀୟ କି’ବୋର୍ଡ ତଳେ ପଡ଼ିଲେ ମଧ୍ୟ ଭାଙ୍ଗିବନାହିଁ । ଏପରିକି ଏହାକୁ କାଗଜ ପରି ଫୋଲ୍ଡିଂ କରି ସାଙ୍ଗରେ ନେଇ ଯାଇହେବ । “ଡାଇ ଇଲେକ୍ଟ୍ରିକ ଏଷ୍ଟୋମୋନ୍’ ନାମକ ରବରରେ ଏହାକୁ ତିଆରି କରାଯାଇଛି ।


