ରବିନ୍ଦ୍ରନାଥ ରାୟ ସ୍ମୃତି କମିଟି ତରଫରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ଉନ୍ମୋଚନ
ମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରିବା ଆଶଙ୍କାରେ ଛାତ୍ର ଓ ଯୁବ କଂଗ୍ରେସ କର୍ମକର୍ତାଙ୍କୁ ଥାନାରେ ଅଟକ ରଖିଲା ପୋଲିସ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତ ଗୋପାଳପୁର ଠାରେ ରବିବାର ରବିନ୍ଦ୍ରନାଥ ସ୍ମୃତି କମିଟି ତରଫରୁ କର୍ମଯୋଗୀ ସଂଗ୍ରାମୀ ସ୍ୱର୍ଗତ ରବିନ୍ଦ୍ରନାଥ ରାୟଙ୍କ ଜନ୍ମ ଶତ ବାର୍ଷୀକ ଅବସରରେ ତାଙ୍କ ପ୍ରତିମୁର୍ତିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି ଶତବାର୍ଷୀକ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ପଣ୍ଡାଙ୍କ ସମେତ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର, ଅବସରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ଦେବୀ ପ୍ରସାଦ ଚୈାଧୁରୀ ଆଦି ଯୋଗ ଦେଇଥିଲେ । ଜଗତସିଂହପୁର ମାଟି ହେଉଛି ବୀର ମାଟି, ଏହି ମାଟିରେ ଅନେକ ବୀରପୁତ୍ର ଜନ୍ମ ଲାଭ କରିଛନ୍ତି । ସେଥିମଧ୍ୟରୁ ସ୍ୱର୍ଗତ ରାବି ରାୟ ହେଉଛନ୍ତି ଅନ୍ୟତମ । ତାଙ୍କ ଜୀବନ କାଳ ମଧ୍ୟରେ ଦେଶ ମାତୃକା ପାଇଁ ସେ କାରାଦଣ୍ଡ ମଧ୍ୟ ଭୋଗିଛନ୍ତି । ସୂଚନା ଯୋଗ୍ୟ ଯେ ୧୯୨୧ ମସିହା ଅପ୍ରେଲ ୫ତାରିଖରେ ଜନ୍ମଗ୍ରହଣ କରଥିଲେ । ୧୯୩୭ ମସିହାରେ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ପୁରୀ ଜିଲ୍ଲା ଡେଲାଙ୍ଗ ଠାରେ ବସିଥିବା ସର୍ବ ଭାରତୀୟ କଂଗ୍ରେସ ସମ୍ମିଳନୀରେ ଗାନ୍ଧିଜୀଙ୍କୁ ଦେଖିବା ପାଇଁ ସାଇକେଲ ଯୋଗେ ସେଠାକୁ ଯାଇଥିଲେ । ସେହି ଦିନ ଠାରୁ ସେ ଦେଶ ପାଇଁ କାମ କରିଆସୁଥିଲେ । ତାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା ପ୍ରଚାର ପତ୍ର ବଂଟନକୁ ନେଇ ବାଲିକୁଦା ପୁରଣ ଗ୍ରାମରେ ଲୁଚିଥିବା ସମୟରେ ତାଙ୍କୁ ବ୍ରିଟିଶ ପୋଲିସ ଧରି ନେଇଥିଲେ । ସେ କଟକ ଜେଲର ୧୩ ନମ୍ବର ୱାର୍ଡରେ ରହିଥିଲେ । ପରେ ସେ ବ୍ରହ୍ମପୁର ଜେଲରେ ରହିଥିଲେ । ସ୍ୱାଧୀନତା ସଂଗ୍ରାମ ପରେ ସେ ସକ୍ରିୟ ରାଜନିତୀରେ ଭାଗ ନେଇଥିଲେ । ତତ୍କାଳିନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲା ନେହେରୁଙ୍କ ଦ୍ୱାରା ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରିଥିଲେ । ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ପ୍ରଦତ ତାମ୍ରପତ୍ର,ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଠାରୁ ମାନପତ୍ର ପାଇଥିଲେ । ୨୦୧୦ରେ ଉତ୍କଳ ଜ୍ୟୋତି ସମ୍ମାନ, ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ୨୦୧୮ ଅଗଷ୍ଟ ୧୦ରେ ସୋୟଆ ୟୁନିୁଭରସିଟ ତରଫରୁ ସମ୍ବର୍ଦ୍ଦନା ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ ହୋଇଥିଲେ । ଯୁବ ପିଢିଙ୍କୁ ତାଙ୍କର ବାର୍ତା ଥିଲା ଦେଶ ତୁମର, ତୁମର ହିଁ ଦେଶକୁ ରକ୍ଷା କରିବ । ସ୍ୱର୍ଗତଃ ରାୟ ଶ୍ରୀମା ଅରବିନ୍ଦଙ୍କର ଭକ୍ତ ଥିଲେ । ଅନ୍ୟପଟରେ ମନ୍ତୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ପ୍ରତିବାଦ କରାଯିବାର ଯୋଜନା କରାଯାଇଥିଲା । ଯାହାଫଳରେ ବିଶେଷ ସୂତ୍ରରୁ ଖବର ପାଇ ନାଉଗାଁ ଥାନାଧିକାରୀ ସୁନିଲ କୁମାର ମାଟିଆ, କ୍ରିଷ୍ଣାନନ୍ଦ ସାହୁ, ସୌମ୍ୟସଂଜୀବ ଦାସଙ୍କୁ ନାଉଗାଁ ବଜାରରେ ଥିବା କଂଗ୍ରେସ କାର୍ଯ୍ୟାଳୟରୁ ନେଇଥିବା ବେଳେ ଅଲଣାହାଟ ଠାରୁ ଜ୍ଞାନସ୍ୱରୁପ କାନୁନଗୋ, ଅନନ୍ତ ବାସୁଦେବ ମିଶ୍ର, ଲିପକ କୁମାର ସାହୁ, ଅମୁଲ୍ୟ କୁମାର ଦାସଙ୍କୁ ନେଇ ଥାନାରେ ଅଟକ ରଖି ସଂଧ୍ୟାରେ ଛାଡିଥିବା ଜଣାଯାଇଛି ।


