ରବିନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଟିଏମ ସ୍ପୋର୍ଟକ୍ଲବ ଡଅଁର ଆନୁକୁଲ୍ୟରେ ସ୍ୱର୍ଗତ ରବିନ୍ଦ୍ର ନାଥ ନାୟକଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ପଞ୍ଚମ ରବିନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରାଇଜିଂ ଷ୍ଟାର ବନ୍ଦାଳ ଆଭେଞ୍ଜର ଇଲେଭେନକୁ ୫୪ରନରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ରାଇଜିଂ ଷ୍ଟାର ବନ୍ଦାଳ ବ୍ୟାଟିଂ କରି ୮୯ରନ କରିଥିବାବେଳେ ଆଭେଞ୍ଜର ଇଲେଭେନ ମାତ୍ର ୩୫ରନରେ ଅଲ ଆଉଟ ହୋଇ ପରାଜୟ ବରଣ କରିଥିଲା । ଚିତ୍ତ ରଞ୍ଜନ ନାୟକ, ବିଜୟ ଜେନା ଓ ନୀଳମଣି ଦାସ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ରାଇଜିଂଷ୍ଟାର ବନ୍ଦାଳର ଅବିନାଶ ଦାସଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ସହିତ ଶ୍ରେଷ୍ଠ ବ୍ୟାଟସମ୍ୟାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଭେଞ୍ଜର ଦଳର ରିଚିଙ୍କୁ ଶ୍ରେଷ୍ଠ ବୋଲର ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଗେଡମା ପଞ୍ଚାୟତର ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଡଅଁରର ଯୁବନେତା ମଦନ ମୋହନ ସାନ୍ତାଳ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ଟିଏମ ସ୍ପୋର୍ଟସ କ୍ଲବର ରଶ୍ମି ରଞ୍ଜନ ଜେନା, ଗିରିଶ ବାରିକ, ସନ୍ଦିପ ଦେଓ, ପ୍ରଶାନ୍ତ ଜେନା, ପ୍ରୀତମ ଦେଓ, ବିଷ୍ମୟ ଜେନା, ଗିତୀମୟ ବେହେରା, ଦୟାନିଧି ନାୟକ, ସୁମନ୍ତ ସାହୁ, ଗୌତ୍ତମ ଜେନା, ପ୍ରଭୁଦତ୍ତ ପରିଡା, ଅନିଶ ଜେନା, ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।