ରବିବାର ରାତି ୯ଟାରେ କେମିତି ପାଳିବେ ମୋଦିଙ୍କ କଥା

ଭୁବନେଶ୍ବର : ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାରେ ଏହାକୁ କିପରି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।
ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫ୍ରିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ। କେବଳ ଘରର ବଲବଗୁଡିକ ବନ୍ଦ କରିବେ। ସେଦିନ ରାସ୍ତାଘାଟର ଆଲୋକ ବ୍ୟବସ୍ଥା ବନ୍ଦ ହେବ ନାହିଁ। ହସ୍‌ପିଟାଲ୍‌ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ । ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍‌ ସୁଇଚ୍‌ ଅଫ୍‌ ନ କରିବାକୁ ଅନୁରୋଧ କରାଯାଇଛି । ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍‌ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍‌ଗୁଡ଼ିକୁ ଅନ୍‌ କରିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ