ରବିବାର ଶେଷ ଟି ୨୦, ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ଟିମ ଇଣ୍ଡିଆ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ର ଶେଷ ମ୍ୟାଚ ଖେଳିବା ପାଇଁ ପଡିଆକୁ ଓହ୍ଲାଇବ । ଶୃଙ୍ଖଳାର ଶେଷ ମ୍ୟାଚ ଭାରତୀୟ ସମୟ ରାତି ୭ଟାରୁ ବେଙ୍ଗାଲୁରୁ ର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଶୃଙ୍ଖଳାକୁ ୨-୦ରେ ଜିତିବା ପାଇଁ ବିରାଟ ବାହିନୀ ରଣନୀତି କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରିବାକୁ ଚାହିଁବ । ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳାରେ ବର୍ଷା ଯୋଗୁଁ ମ୍ୟାଚ ଖେଳାଯାଇ ପାରିନଥିଲା । ସେହିଭଳି ୨ୟ ମୁକାବିଲାରେ ଭାରତ ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା ।


