ରବି ଧାନ ମଣ୍ଡି ଉଦଘାଟିତ
ନବରଙ୍ଗପୁର,(ୱାଇଏନଏସ): ଜିଲ୍ଲାରେ ରବି ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଏନେଇ ଆରଏମସି କାର୍ଯ୍ୟାଳୟ ପରିସର ରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ଯୋଗଦେଇ ଧାନମଣ୍ଡି ଉଦଘାଟନ କରିଥିଲେ, ଜିଲ୍ଲାରେ ୫ଟି ସ୍ଥାନ ରେ ମଣ୍ଡି ଖୋଲାଯାଇଥିବା ବେଳେ ୩ଟି ଲ୍ୟାମ୍ପ, 2ଟି ସ୍ୱୟଂ ସହାୟକ ଦଳ ଓ ୨ଟି ପାଣି ପଂଚାୟତ ମାଧ୍ୟମରେ ଧାନ କ୍ରୟ କରାଯିବ, ଚଳିତ ବର୍ଷ ୧୦୫୨ ଜଣ ଚାଷୀଙ୍କର ୩୦୬୨ ଟି ପ୍ଲଟ ପାଇଁ ରେଜିଷ୍ଟ୍ରେସନ କରାଯାଇଛି, ପ୍ରଶାସନ ପକ୍ଷରୁ ସମସ୍ତ ସର୍ଭେ ପରେ ଜମି ରେ ଚାଷ ହୋଇ ନ ଥିବା ରୁ ୪୪ ଜଣ ଚାଷୀ ଙ୍କ ନାଁ କଟାଯାଇଛି । ବର୍ତ୍ତମାନ ୧୦୦୮ ଜଣ ଚାଷୀ କାୟମ ରହିଛନ୍ତି ଏବଂ ସେମାନେ ମଣ୍ଡି ରେ ଧାନ ବିକ୍ରି କରିପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ସମୁଦାୟ ୩୦୬୨ ଟି ପ୍ଲଟ ରୁ 715 ଟି ପ୍ଲଟ ସେଟେଲାଇଟ ସର୍ଭେ ରୁ ସନ୍ଦେହ ଘେରରେ ଆସିବାରୁ ସେଥିପାଇଁ ସର୍ଭେ ଚାଲୁଛି, ବର୍ତମାନ ସୁଦ୍ଧା ୭୧୫ ଟି ପ୍ଲଟରୁ ୬୪୦ ଟି ପ୍ଲଟ ସର୍ଭେ କରାଯାଇଥିବା ବେଳେ କେବଳ ୪୧ ଟି ପ୍ଲଟରେ ହିଁ ଧାନଚାଷ କରାଯାଇଥିବା ସ୍ପଷ୍ଟ ହୋଇଛି, ଗତବର୍ଷ ଜିଲ୍ଲାରେ ୧୦ହଜାର ୯୦୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା ବେଳେ ବର୍ତମାନ ପ୍ରଥମ ପର୍ଯ୍ୟାୟ ରେ ୮୭୫୦ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ ଆସିଛି, ଜିଲ୍ଲାର ୧୦ଟି ମିଲର ଏହି ରବି ମଣ୍ଡି ପାଇଁ ନିୟୋଜିତ ହୋଇ ଧାନ କିଣିବେ, ରାଜ୍ୟ ସରକାର ଙ୍କ ଚାଷୀ ଙ୍କୁ ପ୍ରୋତ୍ସାହନ ଦେବାକୁ ଯାଇ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିଥିବାରୁ ଚାଷ ପ୍ରତି ଲୋକ ଙ୍କ ଆଗ୍ରହ ବଢୁଥିବା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରକାଶ କରିବା ସହ ଚଳିତ ବର୍ଷ ସେଇଥିପାଇଁ ରବି ମଣ୍ଡି ରେ ଚାଷୀ ରେଜିଷ୍ଟ୍ରେସନ ବଢ଼ିଥିବା କହିଛନ୍ତି ବିଧାୟକ, ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଚାଷୀ ଏବଂ ମିଲ ମାଲିକ ମାନେ ଉପସ୍ଥିତ ଥିଲେ ।