ରବୀନ୍ଦ୍ର ମଣ୍ଡପ ଠାରେ ଗୁରୁ ରଘୁନାଥ ଓ ସାଥୀଙ୍କ ଦ୍ଵାରା ‘ଓଡିଶୀ ସଂଗୀତ ସନ୍ଧ୍ୟା’

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡିଶୀ ସଂଗୀତ ପରିବେଷଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା , ଡ଼ଃ.ସଞ୍ଜୀବ ହୋତା , ଗୁରୁ ଲକ୍ଷ୍ମୀକାନ୍ତ ପାଲତ , ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଗୁରୁ ରଘୁନାଥ ପାତ୍ରଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଗୁରୁ ଶ୍ରୀ ପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ଆଶୁତୋଷ ମିଶ୍ର , ଡ଼ଃ.ଚନ୍ଦନ ଗନ୍ତାୟତ , ଆକାଂକ୍ଷା ପାଟ୍ଟଯୋଶୀ ପୁରାତନ ରାଗ ଉପରେ ଆଧାରିତ ଓଡିଶୀ ସଂଗୀତ ଗାନ କରିଥିବା ବେଳେ ମର୍ଦ୍ଦଳରେ ସୀତାକାନ୍ତ ଜେନା ଓ ବଂଶୀରେ ସୌମ୍ୟ ରଞ୍ଜନ ଯୋଶୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଳାକାର ଓ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ । ଗୁରୁ ଶ୍ରୀ ପାତ୍ରଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ ପାରଳା – ଗଜପତି ବିକାଶ ମଞ୍ଚର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ , କ୍ରିଏଟିଭ ଆର୍ଟସ୍ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରଭୃତି ଶୁଭେଚ୍ଛା ଜଣାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର କଳାକାର ମାନଙ୍କ ପରିଚୟ ଓ ଆନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ ମୀରା ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ