ରମାଦେବୀ ଥିଲେ ଓଡିଶାରେ ମହିଳା ସଶକ୍ତିକରଣର ଆଦ୍ୟ ପ୍ରବକ୍ତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରିକା ମା’ ରମାଦେବୀଙ୍କର ୧୨୩ତମ ଜୟନ୍ତୀ ଅବସରରେ ଏକ ଆଲୋଚନା ସଭା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ଆବାହକ ମାନସ ପଟ୍ଟନାୟକ ଯୋଗଦେଇ ରମାଦେବୀଙ୍କୁ ଓଡିଶାରେ ମହିଳା ସଶକ୍ତିକରଣର ଆଦ୍ୟ ପ୍ରବକ୍ତା ଭାବେ ବର୍ଣ୍ଣନା କରି ତାଙ୍କ ପାଇଁ ଓଡିଶାର ମହିଳାମାନେ ସ୍ୱାଧୀନତା ଆନ୍ଦୋଳନ ସହ ସଂଯୁକ୍ତ ହୋଇ ପାରିଥିଲେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଜର ଭରତ ଚନ୍ଦ୍ର ଜେନା, କରୁଣାକର ଦାସ, ଶରତ କୁମାର ରାଉତ, ଅକ୍ରୁର ପଲାଇ, ନିରଞ୍ଜନ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ପ୍ରତାପ ପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ନିରବ ଶ୍ରଦ୍ଧା ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ