ରମାଦେବୀ “ବିଶ୍ୱବିଦ୍ୟାଳୟ କପ୍ ୨୦୨୩”ର ବିଜେତା ଶାଶ୍ୱତୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତବର୍ଷ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ନବମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କପ୍ ନିମନ୍ତେ ମହାବିତର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହା ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ତର୍କର ବିଷୟବସ୍ତୁ ‘ଜଗନ୍ନାଥ ମନ୍ଦିରର ପୋଷାକ କଟକଣା ଓଡ଼ିଆ ପରମ୍ପରାକୁ ସମ୍ମାନ ଦେବ କି’? ଥିବାବେଳେ ଦ୍ୱିତୀୟ ବା ଶେଷ ପର୍ଯ୍ୟାୟର ବିଷୟବସ୍ତୁ ‘ବିଶ୍ୱ ନାଗରିକ ହେବା ନିମନ୍ତେ ମାତୃଭାଷା ଏକ ବାଧକ କି? ରହିଥିଲା । ଶାଶ୍ୱତୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ୨ ପ୍ରତିଯୋଗୀ ମଧ୍ୟରେ ମନୋନୀତ ହୋଇ ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରତିଯେଗୀଙ୍କୁ ପଛରେ ପକାଇ ନିଜ ବକ୍ତୃତା ଶୈଳୀ ମାଧ୍ୟମରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି । ଶାଶ୍ୱତୀ କନ୍ଧମାଳ ଜିଲ୍ଲାସ୍ଥିତ କ. ନୂଆଗାଁ ବ୍ଲକର ବିଭୂତି ଭୂଷଣ ସାହୁ ଓ ମିନତୀ ସାହୁଙ୍କ ଜ୍ୟେଷ୍ଠ କନ୍ୟା । ସେ ଦ୍ୱିତୀୟ ଶ୍ରେଣୀରୁ ବିଭିନ୍ନ ପ୍ରତିଯୋଗିିତାରେ ଅଂଶଗ୍ରହଣ କରି ଅଧିକାଂଶ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ବକ୍ତୃତାରେ ବିଶ୍ୱବିଦ୍ୟାଳୟ କପ୍ ପାଇବା ପାଇଁ ଏକ ବଡ଼ ସ୍ୱପ୍ନ ଥିଲା ବୋଲି କହିଛନ୍ତି ।ରମାଦେବୀ ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ‘ବିଶ୍ୱବିଦ୍ୟାଳୟ କପ୍ ୨୦୨୩’ର ବିଜେତା ଭାବେ ପୁରସ୍କୃତ ହୋଇଥିଲେ । ତାଙ୍କ ସଫଳତା ପାଇଁ ନିଜ ପରିଶ୍ରମ ଓ ଭଗବାନଙ୍କୁ ପ୍ରଥମେ ଧନ୍ୟବାଦ ଦେବା ସହ ପରିବାର ଲୋକଙ୍କ ଆଶୀର୍ବାଦ, ବିଭାଗର ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରେରଣା ଓ ସାଙ୍ଗମାନଙ୍କ ଉତ୍ସାହ ପାଇଁ ଏହି ସଫଳତା ମିଳିପାରିଛି ବୋଲି ଶାଶ୍ୱତୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ