ରମେଶ ଚନ୍ଦ୍ର ନାୟକ ସ୍ମୃତି କମିଟି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ବ୍ଳକ ଅନ୍ତର୍ଗତ ଜୟଦେବକସବା ପଞ୍ଚାୟତର ଟିକିରାପଡ଼ା ଗ୍ରାମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରମେଶ ଚନ୍ଦ୍ର ନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶିବିରକୁ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଉଦଘାଟନ କରିବା ସହ ସାମ୍ପ୍ରତିକ ସ୍ଥିତିରେ ଜିଲାରେ ରକ୍ତର ଅଭାବ ପୂରଣ ନେଇ ଏହିଭଳି ଶିବିର ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । କମିଟିର କାର୍ଯ୍ୟକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଅଧ୍ୟାପକ ଗୌରୀ ପ୍ରସାଦ ରଥ, ସ୍ମୃତି କମିଟି ସଭାପତି ପଞ୍ଜାବ କେଶରୀ ପାଢ଼ୀ, ସମ୍ପାଦକ ସମର ବଲଭ ନାୟକ, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଶିବଶଙ୍କର ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅଜିତ କୁମାର ଜେନା, ଶୁଭେନ୍ଦୁ କୁମାର ଦେ, ଶରତ କୁମାର ଦାସ, କମଳାକାନ୍ତ ଦାସ, ଉମାକାନ୍ତ ଦାସ, ସଞ୍ଜୟ ଦାସ, ଦୁଷ୍ମନ୍ତ ପ୍ରଧାନ, ଚିତ୍ତରଞ୍ଜନ ଦାସ, ଶତ୍ରୁଘ୍ନ ମହାଳିକପାଗଲା ବଳ ପ୍ରମୁଖଙ୍କ ସମେତ କମିଟିର ବହୁ ସଦସ୍ୟ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଜିଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।